ରେ ଦାରୁ ମୂରତି
ରେ ଦାରୁ ମୂରତି


ତୋ ଠାରୁ ଆରମ୍ଭ ତୋ ଠାରେ ଇତି
ରେ ଦାରୁ ମୂରତି
ଏ ଦିଦିନ ବାଟର ତୁଇ ତ ସାଥି
ରେ ଦାରୁ ମୂରତି ll
ଆସିଥିଲି ଏକା ଯିବି ବି ଏକା
ଥିବାଯାଏ ଏଠି ଦେଉଥା ଦେଖା
ତୋତେ ନଦେଖିଲେ ମିଳେନା ଶାନ୍ତି
ରେ ଦାରୁ ମୂରତି
ଏ ଦିଦିନ ବାଟର ତୁଇ ତ ସାଥି
ରେ ଦାରୁ ମୂରତି ll
ଅସାର ସଂସାରେ ତୋଳିଛି ଘର
ସେଇ ଘର ଦିନେ ହେବରେ ପର
କାଲିକି ଅନ୍ତର ପାହିଲେ ରାତି
ରେ ଦାରୁ
ମୂରତି
ଏ ଦିଦିନ ବାଟର ତୁଇ ତ ସାଥି
ରେ ଦାରୁ ମୂରତି ll
କଳା ନିଧି ମୋର କରୁଣା ସିନ୍ଧୁ
ତୁଇ ତ ଜଗା ମୋ ଦରଦୀ ବନ୍ଧୁ
ତୋତେ ନଦେଖିଲେ ମିଳେନା ତୃପ୍ତି
ରେ ଦାରୁ ମୂରତି
ଏ ଦିଦିନ ବାଟର ତୁଇ ତ ସାଥି
ରେ ଦାରୁ ମୂରତି ll
କିମ୍ପାଇ ଜଗାରେ କରିବି ଦୁଃଖ
ଯାହା ଅଛି ମୋର କପାଳ ଲେଖ
ସେତିକି ମୋହର ଜୀବନେ ପ୍ରାପ୍ତି
ରେ ଦାରୁ ମୂରତି
ଏ ଦିଦିନ ବାଟର ତୁଇ ତ ସାଥି
ରେ ଦାରୁ ମୂରତି ll