STORYMIRROR

Suresh chandra Padhy

Others

3  

Suresh chandra Padhy

Others

ରେ ବନଚାରି

ରେ ବନଚାରି

1 min
505


ରେ ବନଚାରି ଶୁଣି ଯା ଶୁଣି ଯା ଗୁହାରି

ବିବାହ କରିବି ଆସିଛି ତୋ ପାଇଁ

ନେଇ ଯା ନେଇ ଯା ଘରଣୀ କରି(୧)


ଗୁରୁ ଙ୍କ ସାଥେ ଗଲି ଜନକ ପୁରୀ

ପାରି ଲେନି କେହି ଶିବ ଧନୁ କୁ ଧରି

ସଭିଙ୍କ ଆଗରେ ଶିବ ଧନୁ ଭାଙ୍ଗି

   ଆଣିଛି ସୀତା ଙ୍କୁ ବରଣ କରି(୨)


ରେ ବନଚାରି

ଭାଇ ଆସିଛି ସାଥିରେ ମୋର

ଛାଡି ଆସିଛି ଘରଣୀ ତାର

ମନ ମୋହି ପାରିଲେ ତାର

 ରଖିବ ସେ ତତେ ନିଜର କରି(୩)


ରେ ବନଚାରି

ଶୁଣି କର୍ଣ୍ଣେ ମାୟାବି ନାରୀ

ଲକ୍ଷ୍ମଣ ପାଖକୁ ଗଲା ଦଉଡ଼ି

କହିଲା ଆରେ ବୀର ବର 

ହୋଇ ଯା ରେ ପତି ତୁ ମୋର

ନ ହେଲେ ଖାଇବି ସୀତା ଙ୍କୁ ଧରି(୪)


ରେ ବନଚାରି

ଜାଣିଲେ ଲକ୍ଷ୍ମଣ ଦେଖି କରି

ମାୟା ବିନି ଆସିଛି ହୋଇ ସୁନ୍ଦରୀ

ରାମ ଲକ୍ଷ୍ମଣ ରଖିଲେ ତା ପ୍ରାଣ

ଛେଦିଲେ ନାସା କର୍ଣ୍ଣ କୁରୂପ କରି(୫)

ରେ ବନଚାରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍