ରେ ବନଚାରି
ରେ ବନଚାରି
ରେ ବନଚାରି ଶୁଣି ଯା ଶୁଣି ଯା ଗୁହାରି
ବିବାହ କରିବି ଆସିଛି ତୋ ପାଇଁ
ନେଇ ଯା ନେଇ ଯା ଘରଣୀ କରି(୧)
ଗୁରୁ ଙ୍କ ସାଥେ ଗଲି ଜନକ ପୁରୀ
ପାରି ଲେନି କେହି ଶିବ ଧନୁ କୁ ଧରି
ସଭିଙ୍କ ଆଗରେ ଶିବ ଧନୁ ଭାଙ୍ଗି
ଆଣିଛି ସୀତା ଙ୍କୁ ବରଣ କରି(୨)
ରେ ବନଚାରି
ଭାଇ ଆସିଛି ସାଥିରେ ମୋର
ଛାଡି ଆସିଛି ଘରଣୀ ତାର
ମନ ମୋହି ପାରିଲେ ତାର
ରଖିବ ସେ ତତେ ନିଜର କରି(୩)
ରେ ବନଚାରି
ଶୁଣି କର୍ଣ୍ଣେ ମାୟାବି ନାରୀ
ଲକ୍ଷ୍ମଣ ପାଖକୁ ଗଲା ଦଉଡ଼ି
କହିଲା ଆରେ ବୀର ବର
ହୋଇ ଯା ରେ ପତି ତୁ ମୋର
ନ ହେଲେ ଖାଇବି ସୀତା ଙ୍କୁ ଧରି(୪)
ରେ ବନଚାରି
ଜାଣିଲେ ଲକ୍ଷ୍ମଣ ଦେଖି କରି
ମାୟା ବିନି ଆସିଛି ହୋଇ ସୁନ୍ଦରୀ
ରାମ ଲକ୍ଷ୍ମଣ ରଖିଲେ ତା ପ୍ରାଣ
ଛେଦିଲେ ନାସା କର୍ଣ୍ଣ କୁରୂପ କରି(୫)
ରେ ବନଚାରି
