ରେ ବାଇମନ
ରେ ବାଇମନ
1 min
11.7K
ରେ ବାଇ ମନ
ରେ ବାଇ ମନ
ଏତେ ସଂଚୟ
କରୁ କିମ୍ପା ଧନ l
ବେଳ ଥାଉ ଥାଉ
ଧର୍ମ ଟିକେ
କର ଅର୍ଜନ l
ରେ ବାଇ.......
ସୁଖ ବୋଲି କିଛି
ନାହିଁ ଏ ସଂସାରେ,
ଭାଳୁଛ କିମ୍ପାଇ ଏତେ,
ଦୁଃଖ ଦୁଃଖ କହି
କାନ୍ଦ ନାହିଁ ତୁହି
ଟଳିବ ସମୟ ସାଥେ l
ପୁତ୍ର କନ୍ୟା ମାନେ
ମୁଖକୁ ନ ଚାହିଁ
ଧନକୁ ନେବେ ଛଡାଇ,
ହୀନସ୍ତା ହେବୁ ତୁ
ଧନ କାରଣରୁ
ବୁଝି ପାରୁ ନାହୁଁ ତୁହି l
ରେ ବାଇ ମନ
ଆଉ ଏତେ
ସଂଚୟ କରନା ଧନ,
ପର ଉପକାରେ
ଦେଇଥିଲେ ମନ
ଶାନ୍ତି ଲଭିବୁ ତୁ ଜାଣ l
