STORYMIRROR

Sumitra Nayak

Others

3  

Sumitra Nayak

Others

ରୌପ୍ୟ ରମଣୀ

ରୌପ୍ୟ ରମଣୀ

1 min
192

ଦିବ୍ୟ ଶୋଭିତ ଶିରେ

    ଶିରୋମଣୀ କନ୍ୟା ନାୟିକା...।

ବଦନ ଶୋଭିତ ଗୌର

    ରଙ୍ଗ ତନୁ ଶ୍ରୀ ଆଙ୍ଗୀକା... ।

ଦିବାକର ସତେ ନୟନେ

     ଉଜ୍ଜଳ ରଶ୍ମି କଣିକା... ।

ପ୍ରଫୁଲ୍ଲିତ ସୁରଭି ଯାଏ

     ଦୂରେ ଦୂରେ ଭାସିକା... ।

ବସନ୍ତର ମୃଦୁ ମଳୟ

     ତନୁ ମନ ଧୋଇକା... ।

ଅଙ୍ଗେ ଲୋଟିଥାଏ

      ଇନ୍ଦ୍ରଧନୁ ରଙ୍ଗ ଯବନିକା... ।

ବାହୁ ମଧ୍ୟେ କବଚ

      ସ୍ଵର୍ଣ୍ଣ ହୀରା ଗୋଲକା... ।

ହସ୍ତ ଦ୍ୱୟ ପଙ୍କଜ

      ପଦ ପଦ୍ମ କଳିକା... ।

ଦୃଶ୍ୟାୟିତ ଶ୍ରୀ ଦେବୀ

      ଯେସନେ ହରପ୍ରିୟକା... ।

କ୍ରୀଡନ୍ତି ସଖୀ ମେଳେ 

      ସେହି ଦିବ୍ୟ ଦୁହିତା... ।

ହାସ୍ୟର ଲହରୀ

       ମୋହେ କର୍ଣ୍ଣ ଶ୍ରୁତିକା... ।

ସେ ହାସ୍ୟେ ମାନସ

       ମୁଗ୍ଧ ଉଲ୍ଲାସିକା... ।

ଯେସନେ ମୁଖରୁ 

       ଅମୀୟ ଧାରା ସ୍ରୋତିକା... ।

ଚତୁର୍ଦିଗ ହାସ୍ୟ କଲ୍ଲୋଳ 

      ଦିବ୍ୟ ଅନୁଭବୀକା... ।

ବନେ ପୁଷ୍ପ ଖେଳେ

       ମଧୁପ ସତେ ନର୍ତ୍ତୀକା... ।

ହୃଦୟର ଦୁଃଖ

       ତନୁର କ୍ଲେଶ ବିଦାରିକା... ।

ଅବର୍ଣ୍ଣନୀୟ ସେହି 

       ରୌପ୍ୟ ରମଣୀକା... ।



Rate this content
Log in