STORYMIRROR

jagabandhu sahu

Others

3  

jagabandhu sahu

Others

ରୌଦ୍ରତାପର ରାଜକତା

ରୌଦ୍ରତାପର ରାଜକତା

1 min
148

ରୌଦ୍ରତାପର ଏ ରାଜକତାରେ 

     ଜନ ଜୀବନ ହନ୍ତସନ୍ତ

ଶୁଖି ଯାଏ ନଦୀ ଗାଡିଆ ପୋଖରୀ

     ଜୀବନଟା ଲାଗେ କ୍ଳାନ୍ତ 


ତାତି ଯାଏ ବାଲି   ବହୁଥାଏ ଝାଞ୍ଜି

     ଝାଳ ବହେ ଗମ ଗମ

ବାଟୋଇଟି ଲୋଡେ ଗଛ ଛାଇ ଟିକେ

    କରିବ ବୋଲି ବିଶ୍ରାମ


ଗ୍ରୀଷମ ଋତୁର    ଦ୍ବିପହର ସମୟ

    ଲାଗେ ନିଛାଟିଆ ଭାରି

ଅଂଶୁଘାତ ଭୟେ  ପଦାକୁ ନ ଆସି

     ଘରେ ରହିଥାନ୍ତି ଡରି


ଗ୍ରୀଷ୍ମର ପ୍ରଭାବେ  ବଣ ପୋଡି ହୁଏ

     ପଶୁ ପକ୍ଷୀ ଯାନ୍ତି ମରି

ପ୍ରକୃତି ସୌନ୍ଦର୍ଯ୍ୟ  ହୋଇଥାଏ ନଷ୍ଟ

    ହେଉଥାଏ ଘର ପୋଡି


ଗ୍ରୀଷ୍ମ ଋତୁ କୋଳେ ଚାନ୍ଦିନୀ ରାତିରେ

    ଆଇ ମା କାହାଣୀ ଶୁଣି

ଶୋଇ ଯାଏ ନାତି ଆଇ ମା କୋଳରେ

   ରାଜା ଝିଅ ଗପ ଶୁଣି


ମଲ୍ଲୀ ଚମ୍ପା ଫୁଲ   ବଉଳ ବାସରେ

     ମହକଇ ଚଉପାଶ

ପାଚିଲା ଆମ୍ବର    ସ୍ବାଦିଷ୍ଟ ରସରେ

    ମନ ହୋଇ ଯାଏ ବଶ


Rate this content
Log in