STORYMIRROR

Arendra Kumar

Others

4  

Arendra Kumar

Others

ରୌଦ୍ର ତାପେ ଉତ୍ତପ୍ତ ଧରଣୀ

ରୌଦ୍ର ତାପେ ଉତ୍ତପ୍ତ ଧରଣୀ

1 min
246

ରୌଦ୍ରତାପେ ଏବେ ଉତ୍ତପ୍ତ ଧରଣୀ

ଜଳାଶୟ ଯାଏ ଶୁଖି

ଗୁମୁରି କାନ୍ଦୁଛି ମାଟି ମାଆ ମୋର

ରବି ରୌଦ୍ରବେଶ ଦେଖି


ବାଟୋଇକୁ ଲୋଡ଼ା ଛାଇର ଆସରା

ଗଛଟିଏ କେଣେ ନାହିଁ

ଖୋଜେ ଜଳାଶୟ ପ୍ରଖର ଖରାରେ

ଶୋଷ ମେଣ୍ଟାଇବା ପାଇଁ


ନିତି ନୂଆ ନୂଆ କଳକାରଖାନା

ହେଉଅଛି ଉଦ୍ଘାଟନ

ସେଥିପାଇଁ ପରା ବଳିପଡିଯାଏ

ତରୁ ଲତା ଘଞ୍ଚବନ


ପୁଞ୍ଜିପତି ହେବା ଲକ୍ଷ ନେଇ ନର

ପ୍ରକୃତିକୁ ଭାବି ଶସ୍ତା

ପାହାଡ଼କୁ କାଟି ଗଢ଼ିଚାଲେ ଭାଟି

ଗଢ଼ିଚାଲେ ରାଜରାସ୍ତା


ସେଥିପାଇଁ ଆଜି ପ୍ରକୃତି ଆଖିରେ

ଜଳେ ପ୍ରତିଶୋଧ ନିଆଁ

ସେ ନିଆଁରେ ଆଜି ତିଳ ତିଳ ହୋଇ 

ଜଳୁଅଛି ଏ ଦୁନିଆଁ


ନେଡ଼ିଗୁଡ଼ ଯେବେ କହୁଣୀ ଛୁଇଁବ

ଜିଭଟା ପାଇବ ନାହିଁ

ତେଣୁ ଏବେଠାରୁ ହୁଅ ସାବଧାନ

ପ୍ରକୃତି ସୁରକ୍ଷା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍