STORYMIRROR

Kalyani Nanda

Others

2  

Kalyani Nanda

Others

ରାତ୍ରିର ମହାନାୟିକା

ରାତ୍ରିର ମହାନାୟିକା

1 min
81


ସମ୍ପର୍କ ର ଭିନ୍ନ ଭିନ୍ନ ରୂପ ଧାରଣ କରି,

ନିର୍ଦ୍ଧାରିତ ହୁଏ ନାରୀର ଜୀବନ ଶୈଳୀ ,

ରାତ୍ରିର କାଳିମାରେ ଜନନୀରୁ ପାଲଟିଯାଏ ନାରୀ,

ମାଁ ର ରୂପ ରୁ ଏକ ଭିନ୍ନ ଚରିତ୍ର ହୁଏ ସୃଷ୍ଟି,

ରାତ୍ରିର ପ୍ରତି ପ୍ରହରେ ନିର୍ଯ୍ୟାତିତ ହୁଏ ନାରୀ,

ପୁରୁଷ ପ୍ରଧାନ ସମାଜରେ ପରିବର୍ତ୍ତିତ ନାରୀ,

ଭିନ୍ନ ଭିନ୍ନ ସମ୍ପର୍କକୁ ନିଜର କରେ ଅଲଗା ରୂପ,ଭାବକୁ ନେଇ।


ରଜନୀ ଶେଷ ପ୍ରହରରେ ତାକୁ କେହି ନିଜର କରନ୍ତିନି,

ନିଜ ଭୂବନେ ଯାଆନ୍ତି ଫେରି,ତାକୁ ଏକା କରି,

ସେ ପୁଣି ପାଲଟି ଯାଏ ଏକ ବାରଙ୍ଗନା ନାରୀ,

ସମସ୍ତଙ୍କ ଚକ୍ଷୁରେ ନିନ୍ଦନୀୟା,ହୁଏ ସେ ବାରନାରୀ,

ସମ୍ପର୍କର ପରିଭାଷା ବଦଳି ଯାଏ ତା ପାଇଁ,

ସେ କେବଳ ରହିଯାଏ ଏକ ନାରୀ ଟିଏ ହୋଇ,

କେବଳ ଗୋଟିଏ ରାତ୍ରିର ସଙ୍ଗିନୀ ସାଜି,

ପ୍ରତିଟି ରାତି ଗଢୁଥାଏ ତା ପାଇଁ ନୂତନ କାହାଣୀ,

ଆଉ ସେ ପ୍ରତି ରାତ୍ରି ମଞ୍ଚରେ ଅବତୀର୍ଣ୍ଣ ହୁଏ ମହା ନାୟିକା ସାଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍