STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ରାତ୍ରିର ବିଳାପ । କାଶ୍ୟପ ।

ରାତ୍ରିର ବିଳାପ । କାଶ୍ୟପ ।

1 min
13.2K


  • ଝିଲମିଲି ଆକାଶର ତାରା ଜହ୍ନ କୁ କହିଲା ଆସ ! ଦେଖ ରାତି,ପୂର୍ଣ ଯୌବନାବତୀ ମୋ ଦେହର ଅଳସେଇ ବୟସ ଭାଙ୍ଗୁଛି ଭାଙ୍ଗ ତମକୁ ଦେଖି କହୁଛି ମନ ଆସ ପାଖକୁ ତ ଆସ , ମତେ ଦେଖି ଯାଅ ମୋ ଆଖିର ବନ୍ଧନିରେ ଯେ ରଖିଛି ତମକୁ ବାନ୍ଧି ତା ମନ ଗହନ କଥା ବୁଝି ତ ଯାଅ । (୧) ତମ ଲେଖନୀ ରୁ ନିର୍ଗତ ପ୍ରତିଟି ଶବ୍ଦର ଲକ୍ଷ୍ୟ ଅଭେଦ୍ୟ ,ମର୍ମାହତ ହୃଦୟ ଆଉ କେମିତି କହନ୍ତି ଭଲ ପାଏ ବୋଲି ତମେ, ଯେମିତି ଦେଖିବାକୁ ଚାହଁ ,ସେମିତି ଆସି ପରିବେଷଣ କରୁଛି ନିଜକୁ ତମେ ପୁରୁଷ, ମୁଁ ପ୍ରକୃତି ମୋ ପାଇଁ ଧରବନ୍ଧା ନିୟମ ଅନେକ । (୨)

    ତମ ଶୀତଳ ଆଲୋକେ ଭରି ଦିଅ ମୋ ତନୁ, ମନ, ଯୌବନ ଆଉ ସୃଷ୍ଟି ର ଚରମ ଉନ୍ମାଦନା , ପଛେ ସାଜିଲେ ସଜିବି ତୁମ ପାଇଁ ରାତି ର ଅଭିସାରିକା ସାଥୀ ବିନା ଭଲ ଲାଗେନା ଅଳସେଇ ରାତି ଭାଙ୍ଗୁଛି ଭାଙ୍ଗ ଶୁଣ ତ ଏ ରାତ୍ରିର ବିଳାପ । (୩)

    ରାମ ପ୍ରସାଦ ବିଶୋଇ ରାୟଗଡା । ତା-୨୫-୦୪-୧୬ ସମୟ -ସଂଧ୍ୟା ୪ ଟା ।

     
     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍