STORYMIRROR

Prasanta kumar Hota

Others

3  

Prasanta kumar Hota

Others

ରାତି ଯାଏ ସରି ସରି ଲୋ

ରାତି ଯାଏ ସରି ସରି ଲୋ

1 min
13.3K


ରାତି ଯାଏ ସରି ସରି ଲୋ

ନିଦ ଭାଙ୍ଗିବା ପାଇଁ

ଉଠିବେ ସୂରଜ ଆକାଶେ

ଦେଖି ବିଷାଦ କଇଁ


ପ୍ରଥମ ମଳୟ ପ୍ରଭାତ

ଦିଏ ଆନନ୍ଦ କେତେ

ତୋଳୁଥାନ୍ତି ଫୁଲ ଦେବାକୁ

ନୀତି ହେବ ତ୍ଵରିତେ


ନାନା ଜାତି ଫୁଲ ଫୁଟିଛି

ଫୁଲ ରସିଆ ପାଇଁ

ସକାଳ ଶିଶିର ଘାସରେ

ବୁନ୍ଦା ମୋତିରେ ହୋଇ


ପ୍ରଭାତୀ ସଙ୍ଗୀତ ଗାଆନ୍ତି

କାକ ଶୁକ ଓ ଶାରୀ

ସୂରଜ ଉଇଁଲେ ଗଗନେ

ଚାନ୍ଦ ଯାଏରେ ଫେରି


ଲିଭି ଲିଭି ଯାଏ ପ୍ରଦୀପ

ନଭ ମଣ୍ଡଳେ ତାରା

ଆଉକି ଦିଶିବ ଆସନ୍ତେ

ତେଜ ରବିର ଖରା


ନୀଳ ନଦୀ ତୀର ଲହରେ

ନୀଳ ସୁନ୍ଦକୁ ଧ୍ୟାୟୀ

ସ୍ନାନ କରୁଥାଏ ବୋହୁଲୋ

ଜଳ ଗଭୀର ଚାହିଁ


ଘଣ୍ଟ ବାଜିଲାଣି ମନ୍ଦିରେ

ହେବ ପହିଲି ଭୋଗ

ଜଳ ଦେବେ ଯାଇ ମନ୍ଦିରେ

ହେବ ଦିନ ଆରମ୍ଭ


Rate this content
Log in