ରାତି ସପନକୁ କରିଛି ସାଥି
ରାତି ସପନକୁ କରିଛି ସାଥି
ପୂଜା ପାଇଁ ଲୋଡା ଫୁଲ ଦିପାଖୁଡା ଦୀପକୁ ଦେଉଳ ବେଢା
ସାଥୀ ବିନା ଆଖି ଦିଗହଜା ପକ୍ଷୀ ବାଟ ଆବଡା ଖାବଡା
ଆବଡା ଖାବଡା ଏମନେ ଅତଡା ନିରାଶେ ଆଜି ରଗଡା
ଏ କ୍ରୁର କାହାଣୀ ଦେଉଛି ବଖାଣି କେମିତି ସେ ଅସଜଡା
ପୁନେଇଁ ରାତିର ଫର୍ଚ୍ଚା ଆଲୁଅର ମିଳନର ଗୀତ ଗାଇ
ପ୍ରେମର ମନ୍ଦିର ଗଢୁଥିଲୁ ଦୁହେଁ ସପନେ ବିଭୋର ହୋଇ
ବିଭୋରିତ ମନେ ବିଧିର ବିଧାନେ ସୁଖ ହେଲା ସାତପର
ସମ୍ପର୍କର ନାମ ଶେଫାଳି ସାଜିଲା ଶବ୍ଦରେ ମୁଁ ଯାଯାବର
ମୋ ମନ ମହାକାବ୍ଯେ ସକୁନ୍ତଳା ଥିଲା ପିନ୍ଧି ସିକୃତି ମୁଦି
ପରିବାର ପାଇଁ ପରାଣ ପ୍ରେୟସୀ ହେଲା କା ନଜରେ ବନ୍ଦୀ
ସୁନା ଝିଅ ସାଜି ସବାରୀ ଚଢିସେ ଚାଲିଗଲା ଶାଶୁଘର
ଜିଇଁଅଛି ଆହା ନାହିଁ ରାହା ସାହା ପିଇ ଯାତନା ଜହର
ନିରାଶ ନିମଗ୍ନେ ଦୁଃଖର ଦହନେ ଅପଶୋର ମୋର ପ୍ରୀତି
କୋହର କୋହଳ ନିମନ୍ତେ ରାତି ସପନକୁ କରିଛି ସାଥି
ଦାଶରଥି ସାହୁ
କଳମ୍ବ/ଗଜାଂମ
