ରାତି ରାତି ରଙ୍ଗ ବଦଳିଯାଏ
ରାତି ରାତି ରଙ୍ଗ ବଦଳିଯାଏ
• ରାତି ରାତି ରଙ୍ଗ ବଦଳିଯାଏ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଚରଣ କୁ ଧରେ ଚୁଟିକୁ ବି ଧରେ
ତା ରୂପ ଦେଖିବ ଭାଇ
• ଆସ ଦେଖିବରେ କେମିତି ବୁଲନ୍ତି
ସବୁ ମାଳ ମାଳ ହୋଇ ।।
• ମଣିଷ ମାଙ୍କଡ କେବେ କି ଦେଖିଛ
ଅଦ୍ଭୁତ ରୂପଧାରୀ
• ଡ଼ିଆଁ ଡେଇଁ ଦେଖ ରାତିକ ଭିତରେ
ରଙ୍ଗ ଦେଇ ବଦଳାଇ ।।
• ନୀତି ନିୟମ ର ଜୁଇ କୁ ଜଳାଇ
o ଦେଇ କେତେ ପ୍ରତିଶୃତି
• ଉଚ୍ଚା-ସନ ପାଇଁ ଜୋଡହସ୍ତେ କେତେ
ଫନ୍ଦି କଥା କହିଥାନ୍ତି ।।
• ପାଣିଗାର ପରି ପ୍ରତିଶୃତି ପୁଣି
o ଖାଲି ଫମ୍ପା ଶଦ୍ଦ ଯୋଡ଼ି
• କେମିତି ବାଗରେ ଚତୁରେ ଚତୁରେ
o ହୋଇଥାନ୍ତି କୋଳାକୋଳି ।।
o
• ନିଜ ସ୍ଵାର୍ଥ ପାଇଁ ଜନ୍ମ ନେଇଛନ୍ତି
ଆଜି ଏ ସ୍ଵାର୍ଥୀ ପୁରୁଷ
• ଏକ ମୁଖେ ଦୁଇ କଥାକୁହା ଶୁଆ
ହୃଦ ହଳାହଳ ବିଷ ।।
• ଦିନଥିଲା ପୁଣି ନିଜ ସ୍ଵାର୍ଥ ତେଜି
ସମାଜ ସେବାରେ ମଗ୍ନ
• ରହି ନୀତି କାନ୍ତି ପାଳନ କରି ସେ
ରଖିଥିଲେ ଦେଶ ମାନ ।।
• ଆଜି ସେବା ଶବ ପାଲଟି ଯାଇଛି
ଜଳେ ଜନଗଣମନ
• ରକତ ଶୋଷଣ ଛାରପୋକ,ଟିଙ୍କ
ସହ ନୁହେଁ କି ସମାନ ।।
• ଆଉ କେତେଦିନ ଚାଲିବ ରେ ଧର୍ମ
ଏପରି ଅଧର୍ମ ଦେଇ
• ସାବଧାନ ହୁଅ ଜନ-ଗଣ-ମନ
ପାପଯାଉ କ୍ଷୟ ହୋଇ ।।
