STORYMIRROR

Binay Mohapatra

Others

2  

Binay Mohapatra

Others

ରାତି ପାହିଲେ ସକାଳ ହୁଏ

ରାତି ପାହିଲେ ସକାଳ ହୁଏ

1 min
2.9K


ଟିକିଏ କଷ୍ଟ ହେଲା,

କିଛି ଏକ ଅଘଟଣ ଦୋହଲାଇ ଦେଲା

ତୁମ ଜୀବନର ବିଶାଳ ମହାଦୃମ ।

ଏତିକି କଥାରେ, ଠାଣି ନେଲ

ହାରିବାକୁ ବାକିଥିବା ଜୀବନ,

ଭୂଲିଗଲ ଜୀବନର ଅଜସ୍ର ଖୁସିର ଦିନକୁ ।

କେମିତି ଯେ ଭୂଲିଯିବ ମାଆର ଦୁଃଖ,

ତୁମର ଟୋପେ ଲୁହ

ଯାହାର ହୃଦୟକୁ ଟୁକୁଡା ଟୁକୁଡା କରିଦିଏ,

କେମିତି ଭୂଲିଯିବ ବାପାଙ୍କ ସ୍ୱପ୍ନକୁ ।

କେମିତି ଭୂଲିଯିବ

ତୁମେ ତୁମ ପତ୍ନୀର ପ୍ରେମକୁ ।

ଭୂଲିକି ପାରିବ କେବେ

ନିଜ ପୁଅ ଝିଅଙ୍କର ଅଳି ଅର୍ଦ୍ଦଳି କୁ?

ଯେବେ ଜଣେ ଅବେଳରେ ମରେ,

ସିଏ କେବେ ଅକେଲା ମରେନା,

ଛାଡିଦେଇ ଯାଏ, ଅନେକ ଜୀବନ

ତିଳ ତିଳ ଜଳି ଜଳି ନିତି ମରିବାକୁ ।

ନିଜ ମୃତ୍ୟୁ ପଶ୍ଚାତରେ,

ଏଇ ପଳୟନେ,

ବହୁତ କିଛି ବଦଳି ଯାଏ,

ଉଜୁଡି ଯାଏ ଅନେକ ସପନ,

କେମିତି ଯେ ଭୂଲିଯାଅ

ଖୁସିର ଦିନ ମାନଙ୍କୁ?

ଦିନ ଯଦି ବଦଳି ଯାଏ,

ରାତ୍ରୀର ଅନ୍ଧକାର ମାଡିଆସେ,

କାହିଁକି ନିରାଶ ଭାବନା

ସୁଖଦିନ ଆଉ ଫେରିବନି ବୋଲି?

ଦିନ ଦିନେ ବଦଳିବ ବନ୍ଧୁ,

ଦୁଃଖ ପରେ ସୁଖର ଦିନକୁ

କିଏ ଅବା ଅଟକାଇ ନେବ

ଆଜିର ଦୁଃଖ ବଦଳିବ, ସୁଖ ଦେବ କାଲି ।

ଏଇତ ଦୁନିଆଁ,

ଏଠି ପ୍ରେମରେ କେବେ ଧୋକା ମିଳେ,

କେବେ ସମାଜ ଧାରୁଆ ଛୁରୀ

ପ୍ରେମର ଗଳା କାଟିଦିଏ ।

କେବେ ବିନା ବର୍ଷା ମରୁଡି ତ,

କେବେ ଅଦିନିଆ ବରଷାରେ

ପାଚିଲା ଖେତ ଉଜୁଡି ଯାଏ ।

ଜୀବନ ହାରି ଦେବାର

ବାହାନା ଅନେକ, ଆସେ ଜୀବନରେ

ଏବଂ ଅଜସ୍ର ସମ୍ଭାବନା ବି ଆସେ,

ଜୀବନର ପ୍ରତି ମୁହୁର୍ତ୍ତରେ ।

ଅଳ୍ପ ଧୈର୍ଯ୍ୟ, ଟିକେ ସହିଯିବାର କଳା,

ଆଣି ଦିଏ ପୁଣି ଜୀବନରେ

ଅଜସ୍ର ସୁଖଦ ଦିନର ସପନ ।

ହାରିଯିବା, ଜୀବନ ନୁହେଁ ବନ୍ଧୁ

ହାରିବା ତ ଜିତିବାର ସପନ ଜଗାଏ ।

ହାରିବାରୁ ଶିଖିନିଅ ଜିଇଁବାର କଳା,

ସିଏ ଜିତେ,

ଯିଏ ହାର ଜିତ୍ ର ଏଇ ଜୀବନକୁ

ଧୈର୍ଯ୍ୟରଖି ଖେଳିଯାଏ ।

***$***


Rate this content
Log in