STORYMIRROR

Sujata Dash

Others

4  

Sujata Dash

Others

ରାସ୍ତା

ରାସ୍ତା

1 min
189

ମଝି ରାସ୍ତା ରେ ବସି ପଡନି 

ସାଇଡ ହୁଅ ...ରାସ୍ତା ଦିଅ 

ଆଗକୁ ଯିବ ନା ପଛ କୁ ଫେରିବ ?

ଆରେ ! ହୁଣ୍ଡା ନା କଣ?

ନା କାନକୁ ଶୁଭୁନି?

ଏମିତି ଅଧବାଟ ରେ ଠାପୁଆ ଙ୍କ ଭଳିଆ 

ବସି ପଡ଼ିଛ କେନେ ?

କ'ଣ ବାଟ ହୁଡ଼ିଛ? ନା କଣ୍ଟା ମାଡିଛ?

ନା ଏକୁଟିଆ ଯିବାକୁ ଲାଗୁଚି ଡର?

କୋଉ କଥା କୁ ଡର ?

ଡରିଲେ କ'ଣ ଡର ଛାଡିବ?

ଆଉରି ଭିଡି ଓଟାରିକି ଧରିବ

ଏଣିକି ଅନାଅ ..ଟିକେ ଦେଖ

ଦେଖୁନ...ସବୁ କେମିତି ଧାଇଁଛନ୍ତି ହେଇ ତର ତର

କାହାକୁ ନାହିଁ ଟୋପେ ତର 

ବେଇଗି ଗଲେ ସବୁ ମୌକା ଏକା ମାରିନେବେ

ଏଣେ ତେଣେ ଅନାଉଥିଲେ ଓଲା ମାଧିଆ ବୋଲାଇବେ

ତମେ ବି ଦିନେ ଏମିତି ???

ବଂକୁଲି ଆଉ ଗଣ୍ଠିଲି ଛାଡିଲ କୋଉଠି ?

ମନେ ପକାଅ ଠିକସେ 

ଡାକ କାହାକୁ ନହେଲେ 

ଆଣି ଦେଇଯିବ ଏଠି

କଣ ହେଲା ...

ମୁଁ ଏତେ କଥା ରାଉ ରାଉ ହେଇ ସାରିଲିଣି 

ତମେ ସେମିତି ଗୁମ ମାରି ବସିଚ?

କେହି ବୋଧହୁଏ ଥୁକୁଲ ପକେଇଚି 

ଅବା "ଷ୍ଟାଚୁ" କରିଦେଇଛି ତୁମକୁ 

ସେଇ ନାଗି ଏତେ ସରି ହଉଛ 

ନା ଆଗକୁ ଯାଇପାରୁଛ ...

ନା ପଛକୁ ଆସିପାରୁଛ

ହଉ, ଏଣିକି ତୁମ କଷ୍ଟ ସରିଲା ଜାଣ

ହେଇ ସେ କୋଣ ରୁ 

"ଷ୍ଟାଚୁ" ଫିଟେଇବା ଲୋକ ଆସିଲେଣି 

ବସିକି ମଇଁଷି ପିଠିରେ

ବାଟ ସବୁ ସୋଜା ହେଇଯିବ ଏବେ 

ଆଉ ଚାଲିବାକୁ ପଡ଼ିବନି ଯେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍