Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ରାସ୍ତା କଡର ଜୀବନ

ରାସ୍ତା କଡର ଜୀବନ

1 min
6.7K


ଏଇ ରାସ୍ତା କଡର

ଜୀବନ୍ତ ମଣିଷମାନଙ୍କୁ ଯେପରି

ଚିଡିଆଖାନାର ଜୀବଜନ୍ତୁ ପରି

ଆଶ୍ଚର୍ଯ୍ୟ ଚକିତ ଦୃଷ୍ଟିରେ

ଦେଖି ଦେଖି ଏଠି

ଥିଲାବାଲା ପୁଞ୍ଜିପତି ଭାବନ୍ତି

ଏ ଗୋଟେ କି ଜୀବନ ?

ଇଏ ତ ଖାଲି

ନାହିଁ ନାହିଁର ଜୀବନ,

ଏ ଜୀବନର ମୂଲ୍ୟ କିବା କୁହତ ?

ସତରେ ଏ ରାସ୍ତା କଡର ଜୀବନ

ଆଜି ଏଠି ତ କାଲି ସେଠି ।

ଏମିତି ଜୀବନ

ଜୀଉଁଥିବା ଲୋକଙ୍କର

ଘର ପାଇଁ ଆବଶ୍ୟକତା ପଡେନି

ରଡ୍, ଗୋଡି,ଇଟା,ବାଲି କି ସିମେଣ୍ଟ ।

ଏ ଜୀବନରେ କୌଣସି

ଗର୍ବ ଅଂହକାର ନାହିଁ ।

ଛନ୍ଦ କପଟ କଣ

ଏମାନେ ଜାଣନ୍ତି ନାହିଁ ।

ବ୍ଲଡ୍ ପ୍ରେସର୍ କି ଡାଇବେଟିସ୍

ତାଙ୍କ ପାଖ ମାଡିବାର ନାହିଁ ।

ଅତୀତର କଥା

କିଛି ଭାବିବାର ନାହିଁ ।

ଭବିଷ୍ୟତର କୌଣସି

ଯୋଜନାରେ ମାତିବାର ନାହିଁ ।

ଜୀବନ ପ୍ରତି ଅହେତୁକ

ମୋହ ନାହିଁ କିମ୍ବା

ମୃତ୍ୟୁକୁ ଭୟ ବି ନାହିଁ ।

ଏ ଜୀବନରେ କିଛି

ଜାକଜମକ ନାହିଁ ।

ବିବାହ ବାର୍ଷିକୀ କି ଜନ୍ମଦିନ

ପାଳନ କରିବାର ନାହିଁ ।

ସେସବୁ ତିଥି ତାରିଖ ବାର

ସେମାନେ ମନରେ ରଖନ୍ତି ନାହିଁ ।

ସ୍ୱପ୍ନ ଦେଖିବାର ନାହିଁ

କିମ୍ବା ଜୀବନ ଯୁଦ୍ଧରେ

ହାରିଯିବାର ଭୟ ବି ନାହିଁ ।

ଅନ୍ୟ କାହାଠୁ କିଛି

ମାରିନେବାର ଅଭିପ୍ରାୟ ବି ନାହିଁ ।

ସେମାନେ ବର୍ତ୍ତମାନରେ

କେବଳ ଜୀଇଁବା ଶିଖିଛନ୍ତି ।

ନୀରବତା ହିଁ ତାଙ୍କ ଭାଷା

କର୍ମ ହିଁ ତାଙ୍କ ଜୀବନ ।

ଖଟିଲେ ଖାଇବେ

ନମିଳିଲେ କାହା ପାଖରେ

ଅଭିଯୋଗ କାରିବାର ନାହିଁ ।

ସତରେ ଏଇ ନାହିଁ ନାହିଁର ଜୀବନ

କେବଳ କଣ ତାଙ୍କ ପାଇଁ ଉଦ୍ଦିଷ୍ଟ ?

ତଥାପି ସେଠି ହିଁ

ଦେଖି ହୁଏ ଅନାବିଳ ପ୍ରେମ

ନିରୁତା ଭଲପାଇବା

ଆଉ ଅଳ୍ପରେ ସନ୍ତୁଷ୍ଟି ହେବାର

ସମସ୍ତ ମନୋଭାବର ଲକ୍ଷଣ ।

..........

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬



Rate this content
Log in