STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ରାସ୍ତା କଡ ବତୀ ସାଥେ

ରାସ୍ତା କଡ ବତୀ ସାଥେ

1 min
695



ଉଆଁସୀ ରାତିର ନିର୍ଜନ ପ୍ରହରେ

ଖୋଜିବାକୁ ଗଲି ଚାନ୍ଦିନୀ ଜହ୍ନ

ବହଳ ଅନ୍ଧାରେ ରାସ୍ତା କଡ ବତୀ

ଚୋରି କଲା ମୋର ଚଗଲା ମନ..


ପଚାରିଲି ଧିରେ କୁହ ବନ୍ଧୁ ବାରେ

କାହିଁ ଗଲେ ଚାନ୍ଦ ମାନସୀ ମୋର

କରେ ଆକ୍ତାମାକ୍ତା ତା ପ୍ରିତି ମୁକୁତା

ସିଏ ରାଣୀ ଏଇ ଶିକ୍ତ ହୃଦ ର..


ପିସ୍ ପିସ୍ ହସି ପଥ ଧାରେ ବସି

କହିଲା ସେ ବତୀ ଉଜ୍ଜଳ ଶିଖା

ଜହ୍ନ ର ଉଲଗ୍ନା ଯୌବନ ଛାତିରେ

ଅଛି କି ତୋ ନାମ କେଉଁଠି ଲେଖା..


ଗୁମସୁମ୍ ହେଲି ତା' କଥା ଶୁଣି

ପ୍ରତ୍ୟୁତ୍ତର ଦେଲି ହେ ନୀଳ ବତୀ

ଜାଣେନା ମୋ ନାଆଁ ଅଛି କି ନ ଅଛି

ସାକ୍ଷୀ ଥିବ ତାର ତତଲା ଛାତି..


ଯେ ଛାତି ଭିତରେ ପ୍ରତି ସ୍ପନ୍ଦନରେ

ଗୁଞ୍ଜରିତ ହୁଏ ମୋହରି ପ୍ରେମ

ଅନ୍ଧାର ରାତି ର ଅଭୂଲା ମିଳନ

ଲେଖି ରଖିଥିଲା ଆମରି ନାମ..


ଲାଜେଇ ଗଲା ସେ ବଢୁଥିବା ବତୀ

ଭିତରେ ମୋ ଲାଗି ରଚିଲା ରତି

ବୁଝିଗଲି ଯେବେ ତା ଆଖି ଇସାରା

ମୁରୁକି ହସ ରେ ପାହିଲା ରାତି..


Rate this content
Log in