STORYMIRROR

Ajit Kumar Raut

Others

3  

Ajit Kumar Raut

Others

ରାଷ୍ଟ୍ରଭକ୍ତି

ରାଷ୍ଟ୍ରଭକ୍ତି

1 min
383

ପ୍ରଥମ ସ୍ଥାନରେ ଦେଶର ପ୍ରଧାନ 

ଗୁଞ୍ଜୁ ଅଛି ନାମ ତାଙ୍କ

ଅନୁମୋଦନର ମୂଲ୍ୟାୟନରେ

ହେଲା ଶ୍ରେଷ୍ଠ ସ୍ଥାନ ତାଙ୍କ।


  ହେଲେ ଦୁନିଆର ଲୋକପ୍ରିୟ ନେତା

  ଦେଇଛି ବିଶ୍ୱ ମାନ୍ୟତା

  ଜାରି କରିଅଛି ମାର୍ନିଗ କନସଲ୍ଟ

  ମୋଦୀଙ୍କୁ ହିଁ ଶ୍ରେଷ୍ଠ ନେତା।


ଗୌରବ ଦେଶକୁ ଦେଉଛନ୍ତି 

ସେହୁ ରାଷ୍ଟ୍ରର ସୁଯୋଗ୍ୟ ପୁତ୍ର

ଅପୂର୍ବ ଶକ୍ତିରେ ବିଭୂଷଣ ସେହୁ

ରାଷ୍ଟ୍ରର ମହାନ ପୁତ୍ର।


  ମୋଦୀ ମୋଦୀ ନାମ ବିଶ୍ୱେ ଗୁଞ୍ଜୁ ଆଜି

  ଏହୁତ ଗର୍ବ ଆମର

  ସ୍ୱୀକାର ବିଶ୍ୱରେ ବିଶ୍ୱ ଗୁରୁ ପରି

  ଆନନ୍ଦ ହୁଏ ଅପାର।


କର୍ମରେ ଜଡ଼ିତ ଦିନ ରାତି କାର୍ଯ୍ୟ 

ଜନତା କଲ୍ୟାଣ ପାଇଁ

ରାମରାଜ୍ୟ ପରି ଶାସନ ଦେଶରେ

ଜନତା କଲ୍ୟାଣ ପାଇଁ।


  ପବିତ୍ର ଭୂମିରେ ପବିତ୍ର ବ୍ୟକ୍ତିତ୍ୱ

  ଆବିର୍ଭାବ ସେବା ପାଇଁ,

  ଆତ୍ମନିର୍ଭରଟି କରିବା ଉଦେଶ୍ୟ

  ଶକ୍ତିଶାଳୀ ରାଷ୍ଟ୍ର ପାଇଁ।


ସବୁ କ୍ଷେତ୍ର ଆଜି ଶକ୍ତିଶାଳୀ ହୁଏ 

ଶକ୍ତିଶାଳୀ ନେତା ଦ୍ୱାରା

ନିଃସ୍ୱାର୍ଥର କାର୍ଯ୍ୟ ଗୁଞ୍ଜୁ ଅଛି ବିଶ୍ୱେ

ଟିକା କରୋନାର ଦ୍ୱାରା।


  ଆତ୍ମନିର୍ଭରଟି ମନ୍ତ୍ର ହୋଇ ଅଛି

  ଆତ୍ମବିଶ୍ୱାସଟି ଦେଶେ,

  ବିଶ୍ୱର କଲ୍ୟାଣେ କରୋନାର ଟିକା

  ଆଣିଛି ଗୌରବ ଦେଶେ।


ରାଷ୍ଟ୍ରର କାର୍ଯ୍ୟରେ ସମର୍ପଣ ଭାବ 

ଛୁଟି ନାହିଁ ଦିନେ ତାଙ୍କ

ଜନତା କଲ୍ୟାଣେ ଲାଗି ରହିଛନ୍ତି

ନାହି ହିଁ ବିଶ୍ରାମ ତାଙ୍କ। 


  ଅସମ୍ଭବକୁ ସେ ସମ୍ଭବ କରିଲେ

    ଗୁଞ୍ଜୁ ଅଛି ନାମ ତାଙ୍କ

  ଅପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିଲେ

  ଈଶ୍ୱରୀୟ ଶକ୍ତି ତାଙ୍କ।


ବାଳକ ଗାଉଛି ମୋଦୀ ମୋଦୀ 

ନାମ ବିଶ୍ୱ ଗାଏ ମୋଦୀ ମୋଦୀ

ସବୁ କ୍ଷେତ୍ରେ ଦେଶ ଶକ୍ତିଶାଳୀ ହୁଏ

ବିଶ୍ୱାସରେ ଦେଲେ ଛନ୍ଦି।

  

  ଡିଜିଟେଲ୍ କଲେ ସମ୍ପୂର୍ଣ୍ଣ ରାଷ୍ଟ୍ରକୁ

  କଲେ ଭ୍ରଷ୍ଟାଚାର ଦୂର,

  ରାମଙ୍କ ମନ୍ଦିର ନିର୍ମାଣ ହେଉଛି

  ମନବାଞ୍ଚା ଭକ୍ତଙ୍କର।


Azadi ka Amrit Mahotsavରେ ଦେଶକୁ ଏକ ଅପୂର୍ବ ଗୌରବ ମିଳିଛି, ଦେଶର ପ୍ରଧାନ ବିଶ୍ୱର ପ୍ରଧାନ।ବିଶ୍ୱର ସର୍ବଶ୍ରେଷ୍ଠ ଲୋକପ୍ରିୟ ନେତା ରୂପେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାନ୍ୟତା ମିଳିଛି। ଏହି ଗୌରବ ଗାଥା କବିତା ମାଧ୍ୟମରେ ତାଙ୍କ ଶ୍ରୀଚରଣେ ଅର୍ପଣ କରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍