STORYMIRROR

pranati Mahapatra

Others

4  

pranati Mahapatra

Others

ରାସପୂର୍ଣ୍ଣମା

ରାସପୂର୍ଣ୍ଣମା

1 min
275


ପଞ୍ଚୁକ, ହବିଷ ମାସସାରା ପୁଣି 

କାର୍ତ୍ତିକ ମାହାତ୍ମ୍ୟ ପଢି,

କାମଦାମ ସାରି ଜଣକ ପାଖରେ

ପଡିଶା ଯାଆନ୍ତି ବେଢି।

ପୋଥିବସା ନନା ପୁରାଣ ଧ୍ଵନିରେ

ଗାଆଁ ତ ଉଛୁଳୁ ଥାଏ,

ଏ କାର୍ତ୍ତିକ ମାସେ ଅନ୍ନବସ୍ତ୍ର ଦାନେ

ଧର୍ମ କର୍ମେ ଗଡିଯାଏ।

ନବମୀ ଠାରୁ ତ ବିବିଧ ମୂରୁଜେ

ବୃନ୍ଦାବତୀ ଶୋଭା ପାଏ,

ଗୁଡ଼ କ୍ଷୀର କଦଳୀ,ଗଜାମୁଗରେ

ହବିଷିଆଣୀ କରନ୍ତି ଭୋଗ,

ଅରୁଆ ଭାତକୁ ମୁଗଡାଲି ପୁଣି

ଓଉସାରୁ କୋଶଳାର ଶାଗ।

ବଡ଼ଓଷା ଦିନ ମହାଦେବ ପାଶେ

ଗଜ କ୍ଷୀରୀର ପ୍ରସାଦ,

ଧବଳେଶ୍ବରରେ ଭାରି ଭିଡ଼ ହୁଏ

ପାଇବାକୁ ସେ ଅମୃତ।

ଡ଼ଙ୍ଗା ଭସାଇବା ପାଇଁ ଲାଗିଥାଏ

କଦଳୀ ପଟୁଆ ପୁଣି,

ଘୃତବତୀ, ପାନଗୁଆ ଓ ସୋରିଷ

କଦଳୀ, ଟଙ୍କା ପଇସା କୁ ଘେନି।

ବଡିଭୋରୁ ଯାଉ ନଦୀ ଗଡିଆକୁ

ଆ କା ମା ଭୈ କହି,

ବରଷକ ଧର୍ମ ତୋର ଆଉ ମାସକ

ଧର୍ମ ମୋର ଗାଇ ଗାଇ।

ସମାପନ ହୁଏ କାର୍ତ୍ତିକ ବ୍ରତ ଯେ

ରାସପୂର୍ଣ୍ଣମୀ ଦିନ,

ପ୍ରତ୍ୟୁଷରୁ ଡଙ୍ଗାଭସା ଦେବଦରଶନ

 ହରିନାମ ସଂକୀର୍ତ୍ତନ।

ଦିନସାରା ଦେବ ମନ୍ଦିରରେ ଲାଗେ 

ହରି ସଂକୀର୍ତ୍ତନ ଗହଳି,

ତା ସାଥିରେ ପୁଣି ସାତ୍ତ୍ଵିକ ଆହାର 

ସେଠି ନ ଥାଏ କାହାର ଅଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍