STORYMIRROR

pranati Mahapatra

Others

4  

pranati Mahapatra

Others

ରାମୁଲୁର ବ୍ୟଥା

ରାମୁଲୁର ବ୍ୟଥା

1 min
261

ରାମୁଲୁର ବ୍ୟଥା


🌸🌸🌸🌸🌸🌸

ନିଇତି ନିଇତି ଡାକି ଡାକି ପୁଣି 

 ପରଶି ପରଶି ହାଲିଆ,

ବାଟ ଗଲା ଲୋକ ପାଦ ଚଲା ଲୋକ

ଗାଳି ଶୁଣି ହୁଏ ବେହିଆ।

ବିହି ବୋଧେ ତା'ର କପାଳେ ଲେଖିଛି 

ସେ ଏଇମିତି ହିନୀମାନିଆ,

ସେ ପାଇଁ ନଥାଏ ନଜର ତାହାର

ତଥାପି ଅଛି ତା ମଣିଷ ପଣିଆ।

ଭୋକ ଅଛି କା'ର ଦେହରେ ମନରେ

ରାମୁଲୁର ଭୋକ ପେଟରେ,

ଗରାଖ ଈଶ୍ୱର ସନ୍ତୁଷ୍ଟ କରିଣ 

ବସେ ପଖାଳ କଂସା ପାଖରେ।

ଦିନେ ଦେଖି ମୁହିଁ ହୋଇଲି ତାଜୁବ

ଦେଖି ତା ପଖାଳ କଂସା,

ମାଆ ପୁଅ ଝିଅ ବସିଛନ୍ତି ବେଢି

ଖାଲି ଲୁଣ ଲଙ୍କା ଦେଖି ଉଡିଲା ହଂସା।

ଗୁଣ୍ଡେ ଭାତକୁ ଟିପେ ଲୁଣ

ଲଙ୍କାକୁ ଟିକେ କାମୁଡ଼ି,

ଭୋକ ମେଣ୍ଟିଯାଏ ତୋରାଣିକୁ ପିଇ

ଆଉ କିଛି ସେ ନ ଲୋଡି।

ଆଖି ଫାଡି କିଏ ଦେଖୁ ବା ନ ଦେଖୁ

ଏଠି ସବୁ ତ ବାଟ ମାରଣା,

ମୁଣ୍ଡ ଉପରେ ଚାଳ ଖଣ୍ଡେ ନାହିଁ 

ନାହିଁ ପେଟକୁ ଦାନା ଦେହକୁ କନା।

ତଥାପି ପଖାଳ ଲୁଣ ଲଙ୍କା ଖାଇ

ବାବୁଙ୍କ ପେଟ ସେ ଭରେ,

କିଏ କେତେ ଏଠି ଲୁଟି ଲୁଟି ଖାଏ

ସେ ପ୍ରତିବାଦ ନ କରେ।

ଦିନସାରା ଶ୍ରମେ ଅବଶ ଦେହକୁ

ଗଡାଇଦିଅନ୍ତି ପ୍ଲାଟ୍ ଫର୍ମରେ,

ଆଉ କାହାର ଦେହଭୋକ ପାଇଁ 

ପତ୍ନୀ କନ୍ୟା ବଳି ପଡନ୍ତି ଭୋଜିରେ।

ପେଟ କ୍ଷୁଧା ମେଣ୍ଟେ ଖାଦ୍ୟରେ,

ମନର,ଆତ୍ମାର ଏମିତି କାହାର କେତେ

ଲୋଭ ମୋହ ମେଣ୍ଟେ ଧନରେ,

ଶରୀରର କ୍ଷୁଧା ବଳବତ୍ତ ହେଲେ

ନାରୀ ପଡୁଥାଏ ବଳୀରେ।

ଏଠି ନାରୀ ଚଡୁଥାଏ ଶୂଳୀରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍