Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswanath Nayak

Others

3  

Biswanath Nayak

Others

ରାମରାଜ୍ୟ__________

ରାମରାଜ୍ୟ__________

1 min
277



ଶାନ୍ତି ସରଣିର

ପଥିକ ହେ ତୁମେ

ଅଶାନ୍ତିକୁ କିବା ଡର। 

ଅନ୍ତରରେ ବନ୍ଦୀ

ଶାନ୍ତି- ବଇଦେହୀ

କର ତାହା ଆବିଷ୍କାର। 


ନିଜ ହାତେ ପିନ୍ଧି

ମିଥ୍ୟାର ଶୃଙ୍ଖଳ

ଭାଗ୍ୟକୁ ଦିଅନା ଦୋଷ। 

ଅସତ୍ୟ- ହରିଣ

ପଛରେ ଧାଇଁଲେ

ଫଳ ସୀତା ବନବାସ। 


ମରିନି ରାବଣ

ସୀତାର କଷଣ

ସରିନାହିଁ ପରା ଆଜି। 

ସଭିଙ୍କ ମନରେ

ବିରାଜେ ରାବଣ

ହିଂସା ଅହଙ୍କାର ସାଜି। 


ଯେତେଦିନ ଯାଏ

ରାବଣ ରାଜତ୍ଵ

ହୋଇନାହିଁ ଅବସାନ। 

ଶାନ୍ତି-ସୀତା ବିନା

ରାମରାଜ୍ୟ ସିନା

ହୋଇବ ଦିବା ସପନ। 


ହେଉପଛେ ସତ୍ୟ

ବନବାସ ସମ

ନକର ସେଥିକୁ ଭୟ। 

ସତ-ସେତୁ ବାନ୍ଧି

ଦଶାନନ ବଧି

ଶାନ୍ତି-ସୀତା କର ଜୟ। 


ସତ, ଶାନ୍ତି ଥିଲେ

ଦୟା ଆଉ କ୍ଷମା

ରହିବେନି କେବେ ଦୂରେ। 

ରାମରାଜ୍ୟ ନିଶ୍ଚେ

ହୋଇବ ପ୍ରତିଷ୍ଠା

ସଭିଙ୍କର ହୃଦୟରେ। 



Rate this content
Log in