STORYMIRROR

Santosh Kumar Nayak

Children Stories Inspirational Children

4  

Santosh Kumar Nayak

Children Stories Inspirational Children

ରାମାୟଣ ଓ ନୀତିଶିକ୍ଷା

ରାମାୟଣ ଓ ନୀତିଶିକ୍ଷା

1 min
385


ଭାରତ ବର୍ଷରେ ଅଛି ଅଯୋଧ୍ୟା ନଗର

ସୂର୍ଯ୍ୟୋଦୟ ନ ହେଉଣୁ ଶଯ୍ୟା ତ୍ୟାଗ କର ।


ତ୍ରେତୟା ଯୁଗରେ ଥିଲେ ରାଜା ଦଶରଥ

ଶଯ୍ୟାତ୍ୟାଗ ପରେ ଧୋଉଥିବ ମୁହଁ ହାତ ।


ଦଶରଥଙ୍କର ଥିଲେ ରାଣୀ ତିନିଗୋଟି

ଦାନ୍ତ ଘୋଷି ନିତି ସଫା କରୁଥିବ ପାଟି ।


କୌଶଲ୍ୟା କୈକେୟୀ ଆଉ ସୁମିତ୍ରା ସୁନ୍ଦରୀ

ନିରୋଗ ରୁହ ପିଲାଏ ଶୌଚ ସ୍ନାନ କରି ।


ତିନି ରାଣୀଙ୍କର ଥିଲେ ଚାରୋଟି କୁମର

ସୁଷମ ଖାଦ୍ୟକୁ ନିତି କର ଯେ ଆହାର ।


ଶ୍ରୀରାମ ଭରତ ଲଇକ୍ଷଣ ଶତ୍ରୁଘନ

ପାଠ ପଢାରେ ସର୍ବଦା ରଖିଥାଅ ମନ ।


ପିତୃସତ୍ୟ ପାଳି ରାମ ଗଲେ ବନବାସ

ପରର ଧନରେ କେବେ ନ ରଖିବ ଆଶ ।


ସାଥିରେ ତାଙ୍କର ଗଲେ ଲକ୍ଷ୍ମଣ ଜାନକୀ

ରାସ୍ତା ପାରି ହେବ ପିଲେ ଆଗ ପଛ ଦେଖି ।


କିଛି ଦିନ ବନସ୍ତରେ ସୁଖରେ କଟିଲା

ଦୁଃଖୀ ମଣିଷଙ୍କ ପାଇଁ ହସ୍ତ କର ଖୋଲା ।


ଲଙ୍କା ଅଧିପତି ନାମ ରାବଣ ଦୁର୍ମତି

ଗୁରୁଜନଙ୍କୁ ସର୍ବଦା କରୁଥାଅ ଭକ୍ତି ।


ଜାନକୀଙ୍କୁ ଘେନିଗଲା ଭିକ୍ଷୁ ବେଶ ଧରି

ଜ୍ଞାନୀ ହୁଅ ପିଲେ ଜ୍ଞାନ ଆହୋରଣ କରି ।


କିଷ୍କିନ୍ଧ୍ୟାର ରାଜା ଥିଲେ ବାନର ସୁଗ୍ରୀବ

କାହାରି ମନରେ କେବେ ବ୍ୟଥା ଯେ ନ ଦେବ ।


ତାଙ୍କ ଅନୁଚର ନାମ ହନୁମାନ ବୀର

ବନ୍ଧୁ ବାନ୍ଧବଙ୍କୁ କେବେ ନ ଭାବିବ ପର ।


ବାନ୍ଧିଲେ ବାନର ସେନା ସେତୁ ସମୁଦ୍ରରେ

ଗୁରୁ ଉପଦେଶ ହେଜୁଥିବ ଯେ ମନରେ ।


ରାମ ରାବଣଙ୍କ ମଧ୍ୟେ ହୋଇଲା ସମର

ରାଗ ହିଂସା କ୍ରୋଧ ମୋହ ମନୁ ଦୂର କର ।


ଶେଷରେ ନିପାତ ହେଲା ପାପୀ ଦଶାନନ

ଶ୍ରୀରାମଙ୍କ ପାଦପଦ୍ମେ ରଖିଥାଅ ଧ୍ୟାନ ।


ରାମାୟଣ ଶୁଣି ପିଲେ ଶିଖ ନୀତି ଶିକ୍ଷା

ଜୀବନରେ ଅନୁସରି କର ତାରେ ଦୀକ୍ଷା ।



Rate this content
Log in