STORYMIRROR

Jagannath Barik

Others

4  

Jagannath Barik

Others

ରାମ ସୀତାଙ୍କର ବନବିହାର

ରାମ ସୀତାଙ୍କର ବନବିହାର

1 min
243

ପଞ୍ଚବଟୀ ବନେ ରାମ ଧରି ରାମା କର

କରନ୍ତି ବନ ବିହାର ପରମାନନ୍ଦର

ଦରଶନ କର ଧର

ଧରଉରଜା ଯମକରାଜେ ଲୟ କର ।(1)


କରକରଦନା କରୀ କରିଣୀ ବୃଂହିତ

ହିତ ଅହିତ ନାହିଁତ କାମେ ବିମୋହିତ

ହିତ ଏ ରସାର ସାର

ସାରସେ ସାରସେ ସୁଖେ କରନ୍ତି ବିହାର ।(2)


ହାରିଯିବ ବିଧୁ ବିଧୁ ବିଧୁ ସ୍ନିଗ୍ଧତାରେ

ତାରକିତ ବନ ବନ କୁସୁମ ବିଭାରେ 

ଭରେ ବଲ୍ଲୀ ମଲ୍ଲୀ ବାସ

ବାସବହ ବହମାନେ ସର୍ଜେ ନିତ୍ୟ ରାସ ।(3)


ରାସରତ ଦେଖ ରାମ ରାମା ସହିତର

ତରତର ତରଳାକ୍ଷୀ କାମେ ଜରଜର

ଜରତ୍କାୟ କାୟବନ୍ତ

ବ୍ରତ ମଧୁ ମଧୁ ମଧୁ ସ୍ନାତ ଅବିରତ ।(4)


ରତ ସାରଙ୍ଗେ ସାରଙ୍ଗେ ସାରଙ୍ଗ ସୁରଙ୍ଗେ

ରଙ୍ଗେ ରଙ୍ଗାୟିତ ବନି ବର୍ଣ୍ଣିଳ ଶ୍ରୀଅଙ୍ଗେ

ଅଙ୍ଗେ ଅଙ୍ଗେ ଫୁଲଶର

ଶରବ୍ୟ ଜୀବ ଜୀବନ ସ୍ଥଳ ଅନମ୍ବର ।(5)


ବରବରନି ନିର୍ଝର ଝର୍ଝରେ ଧାବିତ

ବିତ୍ତ ବିତ୍ତହୀନପ୍ରାପ୍ତେ ଯେସନେ ଗର୍ବିତ

ବିତରଇ କୁହୁକୁହୁ

କୁହୁକରେ କୁହୁକର ରୁତ ମୁହୁର୍ମୁହୁଃ ।(6)


ମୁହୂର୍ତ୍ତେ ବିଳମ୍ବ ସହୀ ସହି ନୁହେଁ ଆଉ 

ଆଉଜ ନିଃସଙ୍କେ ଅଙ୍କେ ସ୍ମରଦର ଯାଉ

ଯାଉ ବିଦେହ ବୈଦେହୀ

ଦେହି ରମଣ ରମଣୀମଣି ସୁନାଦେହୀ ।(7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍