STORYMIRROR

Chittaranjan Nanda

Others

3  

Chittaranjan Nanda

Others

ରାମ ନବମୀରେ ଭାବନା

ରାମ ନବମୀରେ ଭାବନା

1 min
131

ରାମ ନବମୀ ପାଳନ କରୁଛେ ଆମେ ଯାଅ 

ଧାଇଁ ଦେଖିବାକୁ ମାଆ ମାଟିକୁ 

ପାଇବ ଭେଦ ଭାବ ଧର୍ମ ରାଜନୀତି ଜାଲେ 

ବନ୍ଧା କର୍ମ ବିମୁଖ ଯୁବ ଶକ୍ତିକୁ (୧)


ରାମ ନବମୀ ପାଳନ କରୁଛେ ଆମେ ଯାଅ 

ଧାଇଁ ଦେଖିବାକୁ ମାଆ ମାଟିକି 

ଯନ୍ତ୍ରଚାଳିତ ଆଜିର ମଣିଷ ଅହଂକାରୀ ଅଳସୁଆ 

ଅତି ନିର୍ଭରଶୀଳ ସାଜିନିକି (୨)


ରାମ ନବମୀ ପାଳନ କରୁଛେ ଆମେ ଯାଅ 

ଧାଇଁ ଦେଖିବାକୁ ମାଆ ମାଟିକି 

ରାମାୟଣର ତ୍ୟାଗ ସମର୍ପଣ ନ୍ୟାୟ ଆପଣା 

ଓ ପର ନୀତି କିଏ ପାଳୁଛିକି (୩)


ରାମ ନବମୀ ପାଳନ କରୁଛେ ଆମେ ଯାଅ 

ଧାଇଁ ଦେଖିବାକୁ ମାଆ ମାଟିକି 

ଦେଶରେ ସତ୍ୟ ଧର୍ମ ନ୍ୟାୟର ବିଜୟ ପାଇଁ  

ଆଗଭର ମଣିଷ ଏବେ ପାଇବାକି (୪)


ରାମ ନବମୀ ପାଳନ କରୁଛେ ଆମେ ଯାଅ 

ଧାଇଁ ଦେଖିବାକୁ ମାଆ ମାଟିକି 

ନେତା ପାଖରେ ରାମାୟଣ ନୀତି ପ୍ରଜା ପାଇଁ

ବଚନ ବଦ୍ଧତା ପଣ ଆଉ ଅଛିକି (୫)


ରାମ ନବମୀ ପାଳନ କରୁଛେ ଆମେ ଯାଅ 

ଧାଇଁ ଦେଖିବାକୁ ମାଆ ମାଟିକି 

ସ୍ନେହ ଶ୍ରଦ୍ଧା ଶୂନ୍ୟ ମଣିଷ ପଣିଆର ଅଭାବରେ 

ପର ନିନ୍ଦା ଚର୍ଚ୍ଚାରେ ଦିନ ବିତୁନିକି (୬)



Rate this content
Log in