ରାମ ନବମୀ
ରାମ ନବମୀ
ତ୍ରେତୟା ଯୁଗରେ ଅଯୋଧ୍ୟା ନଗରେ
ରାଜା ଥିଲେ ଦଶରଥ,
ଥିଲେ ନୃପତିଙ୍କ ତିନି ଗୋଟି ରାଣୀ
କୋଳରେ ନଥିଲା ପୁତ୍ର ।
ଗୁରୁ ଉପଦେଶେ ଋଷ୍ଯଶୃଙ୍ଗ ପାଶେ
ରାଜା ହେଲେ ଉପନୀତ
ଋଷିଙ୍କ ଚରଣ ବନ୍ଦନା କରିଣ
ବଖାଣିଲେ ସବୁ ତଥ୍ୟ ।
ବୋଇଲେ ଭୋ ମୁନି ପୁତ୍ରେଷ୍ଠି ଯଜ୍ଞର
ପ୍ରୟୋଜନ ପୁତ୍ର ପାଇଁ,
କରିବା ସେ ଯଜ୍ଞ ଘେନ ନିମନ୍ତ୍ରଣ
ମୁଖ୍ୟ ରହିବେ ଗୋସାଇଁ ।
ଯଜ୍ଞ ଚରୂ ପାଇ ରାଣୀ ମାନଙ୍କର
ହୋଇଲା ଉଦୟ ଗର୍ଭ ,
ନାଚିଲେ ଗାଇଲେ ଶଂଖନାଦ କଲେ
ଅଯୋଧ୍ଯାର ପ୍ରଜା ସର୍ବ ।
ଚୈତ୍ର ଶୁକ୍ଳ ପକ୍ଷ ହେଲା ଉପସ୍ଥିତ
ପ୍ରସସ୍ଥ ତିଥୀ ନବମୀ,
ଏ ପବିତ୍ର ଦିନେ ଭୂମିଷ୍ଠ ହୋଇଲେ
ପ୍ରଭୁ ରାମ ସୀତା ସ୍ଵାମୀ ।
ପିତୃ ସତ୍ୟ ପାଳି ବଣେ ଗଲେ ଚଳି
କରିଲେ ଅସୁର ନାଶ,
ତପସ୍ୱୀ ମାନଙ୍କୁ ରକ୍ଷା କରିଥିଲେ
ଧରାରେ ଧର୍ମ ପ୍ରକାଶ ।
ଗ୍ରାମଠୁଁ ସହର ଉତ୍ସବ ମୁଖର
ରାମ ନବମୀର ପାଇଁ,
ସ୍ଥାନେ ସ୍ଥାନେ ସବୁ ତୋରଣ ସାଜିଛି
ପୂଜା ପାଉଛନ୍ତି ବିହି ।
ଭକ୍ତ ଭଗବାନ ଦୁହିଁଙ୍କ ମିଳନ
ମୋକ୍ଷ ପ୍ରାପ୍ତି ଭାବ ଧାରା,
ପ୍ରଭୁ ରାମଙ୍କର ଜନ୍ମଦିନ ଆଜି
ଉଛୁଳୁଛି ବସୁନ୍ଧରା ।
