ରାମ ନବମୀ
ରାମ ନବମୀ
1 min
250
ମହା ନବମୀର ରାମଚନ୍ଦ୍ର ଙ୍କର
ଆଜି ପରା ଜନ୍ମଦିନ
ଧରାକୁ ଓଲ୍ହେଇ ଆଶୀର୍ବାଦ ଦେଇ
ଲଭିବେ ସଭିଙ୍କ ମନ |1
ପିତା ବଚନକୁ ବର୍ଷ ଚଉଦକୁ
ହସି ହସି ମାନିଗଲେ
ପିତା ସ୍ୱର୍ଗ ପୁଣି ମାତା କଥା ଜାଣି
ଆଖି ଲୁହ ପିଇ ଗଲେ |2
ପ୍ରଭୁ ରାମଚନ୍ଦ୍ର ଶ୍ରୀ ରଘୁ ନନ୍ଦନ
କଲେ ଅହଲ୍ୟା ଉଦ୍ଧାର
ଜାତି ଧର୍ମ ଭୁଲି ଖାଇ ମିଠା କୋଳି
ସ୍ନେହ ପାଇ ଶବରୀର |3
ଆଜି ଶୁଭ ଦିନେ ସମସ୍ତଙ୍କ ମନେ
ରଖିଯାଅ ତୁମ ନାମ
ରାମ ଭକ୍ତ ସବୁ ଆଶିଷଦେ ପ୍ରଭୁ
ଦୁଃଖ ହଟୁ ଶହେ ଜନମ |4
