STORYMIRROR

Suresh chandra Padhy

Others

3  

Suresh chandra Padhy

Others

ରାମ ଭକ୍ତ ହନୁମାନ୍

ରାମ ଭକ୍ତ ହନୁମାନ୍

1 min
232

ଭଜନ,ରାମ ଭକ୍ତ ହନୁମାନ୍

ସୁରେଶ ଚନ୍ଦ୍ର ପାଢୀ

ରାମ ଭକ୍ତ ହନୁମାନ

ତୁମେ ବୀର ହନୁମାନ

ତୁମ ନାମ ନେଲେ ସଙ୍କଟ ଯାଏ

ସଙ୍କଟ ମୋଚନ ହନୁମାନ

କରେ ରାମ ଗୁଣଗାନ

ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ

ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ।।


ରାମଙ୍କର ତୁମେ ଭକ୍ତ ହୋଇ ଥିଲ

ଚାରି ଯୁଗରେ ତୁମେ ପୂଜା ପାଇଲ

ଲକ୍ଷ୍ମଣ ଙ୍କ ପ୍ରାଣ ତୁମେ ରଖିଥିଲ

ଗନ୍ଧମର୍ଦ୍ଧନ କୁ ଉଠାଇ ଆଣିଲ ।।


ବିପତ୍ତିରୁ ତୁମେ କର ହେ ଉଦ୍ଧାର

ମହା ବୀର ହନୁମାନ

କରେ ରାମ ଗୁଣଗାନ

ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ

ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ।।


ଜଗନ୍ନାଥଙ୍କ ମହାପ୍ରସାଦ ପାଇବାକୁ

ଯାଇଥିଲ ତୁମେ ବଡ଼ ଦେଉଳକୁ

ତୁମ ମନ ବଞ୍ଚା ପ୍ରଭୁ ପୁର୍ଣ କଲେ

ଭକ୍ତ ଶ୍ରେଷ୍ଠ କରି ତୁମକୁ ରଖିଲେ ।।


ଶିଉଳି ଗ୍ରାମରେ ପୂଜା ପାଉଅଛ

ଭକ୍ତ ଶ୍ରେଷ୍ଠ ହନୁମାନ

କରେ ରାମ ଗୁଣ ଗାନ

ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ

ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍