ରାକ୍ଷୀ
ରାକ୍ଷୀ
ଭାଇ ଭଉଣୀଙ୍କ ସ୍ନେହ ବନ୍ଧନରେ
ପ୍ରତୀକ ଅଟଇ ରାକ୍ଷୀ
ଭାଇର ଦୀର୍ଘ ଆୟୁଷର
କାମନା ଯେ ଅଟେ ରାକ୍ଷୀ ।
ରାକ୍ଷୀ ସିନା ସେଇ ରକ୍ଷା କରିଥିଲା
ଭଉଣୀ ଦ୍ରୌପଦୀ ମାନ
ନିଜ ଜୀବନକୁ ତୁଚ୍ଛ କରି ଭାଇ
ରଖେ ଭଉଣୀ ସମ୍ମାନ ।
ସ୍ୱୟଂ ବଳଦେବ ଭଗବାନଙ୍କର
ଆଜି ପରା ଜନ୍ମ ଦିନ
ଭଉଣୀ ହାତରୁ ରାକ୍ଷୀ ଟିଏ ପାଇଁ
ଦେବତା ବି ନ୍ୟନ୍ତି ଜନ୍ମ ।
ପୂଜାଥାଳି ଘେନି ଭଉଣୀ ଚାହ୍ଁଇଥାଏ
ଭାଇକୁ ବାନ୍ଧିବ ରାକ୍ଷୀ
ସେହି ରାକ୍ଷୀ ପରା ସ୍ନେହ ବନ୍ଧନର
ଅଟଇ ଯେ ମୁକ ସାକ୍ଷୀ ।
ବରଷକ ପରେ ଆସିଥାଏ ଏହି
ପୁଣ୍ୟ ଯେ ରକ୍ଷା ବନ୍ଧନ
ସେହି ବନ୍ଧନର ସରୁ ସୁତା ଖିଅ
ଭାଇଭଉଣୀ ଙ୍କ ଅଟେ ଜୀବନ ।
ଲଢେଇ ଝଗଡାକୁ କରି ବେଖାତିର
ଆସିଅଛି ଏହି ଦିନ
ରାକ୍ଷୀ ପରା ସିଏ କେତେ ମିଠା ମିଠା
ସ୍ମୃତି ର ଅଟଇ ନାମ ।
