STORYMIRROR

Biswajit Sahoo

Others

3  

Biswajit Sahoo

Others

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
289


ଗୋଟିଏ ରକ୍ତର ସଂପର୍କ ଆମର,

         ଆମେ ତ ଭଉଣୀ ଭାଇ ll

କେହିତ କାହାଠୁ ଅଲଗା ନୁହଁନ୍ତି,

        ଜଣେ ଦେହ ଜଣେ ଛାଇ ll୧ll

ସ୍ନେହର ପ୍ରେମର ଅତୁଟ ବନ୍ଧନ,

         ତୁଳନା ଯାହାର ନାହିଁ ll

ଏପରି ସଂପର୍କ ରହିବ ଅମର,

          ଜନ୍ମ ଜନ୍ମାନ୍ତର ପାଇଁ ll୨ll

ଅନ୍ତରରେ ଥାଏ କେତେ ସ୍ନେହ ଶ୍ରଦ୍ଧା,

        ରାକ୍ଷୀ ଅଟେ ସାକ୍ଷୀ ତାର ll

ପ୍ରେମର ସୂତାରେ ମମତାର ମାଳି,

        ବାନ୍ଧି ଦିଏ ହାତେ ମୋର ll୩ll

ପ୍ରତିବଦଳରେ ଦିଏ ପ୍ରତିଶ୍ରୁତି,

         ମୁହଁରେ ବୁଲାଇ ହାତ ll

ଛୁଇଁବନି ଦୁଃଖ ଝରିବନି ଲୁହ,

        ଆସୁ ଯେତେ ପ୍ରତିଘାତ ll୪ll

ଜୀବନ ରାସ୍ତାରେ ସଂସାରର ରଥ,

         ଏହିପରି ଚାଲୁଥାଉ ll

ପାଳିବାକୁ ଆମେ ରାକ୍ଷୀ ପୂର୍ଣ୍ଣିମାଟି,

         ପ୍ରତିବର୍ଷ ଆସୁଥାଉ ll୫ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍