STORYMIRROR

Ajay kumar Behera

Others

3  

Ajay kumar Behera

Others

ରାକ୍ଷୀ ନୁହେଁ ଇଏ

ରାକ୍ଷୀ ନୁହେଁ ଇଏ

1 min
79


ପ୍ରୀତିର ବନ୍ଧନେ

ବାନ୍ଧି ରଖିଥାଏ ଯିଏ

ଭଉଣୀ ମୋ ସାଙ୍ଗ

ତା ପରି ହେବରେ କିଏ।୧।


ରାକ୍ଷୀ ନୁହେଁ ଇଏ

ସ୍ନେହ ମମତାର ଡୋର

ନିତି ଶୋଭା ପାଉ

କୁନି କୁନି ହାତେ ମୋର।୨।


ମାତୃ ସ୍ନେହ ଦେଇ

କରିଛି ଛୋଟରୁ ବଡ଼

ତା ସୁରକ୍ଷା ମୋର

ଜୀବନେ ସବୁଠୁ ବଡ଼।୩।


କରିନି କେବେ ସେ

କିଛି ରେ ମୋ ପାଇଁ ଉଣା

ସମାଜେ ଆଜି ମୁଁ

ତା ପାଇଁ ମଣିଷେ ଗଣା।୪।


ଜୀଇଁ ଥାଉ ଥାଉ

କରିବି ଆଦର ତାର

ସ୍ନେହ ମମତାରେ

ନ ଥିବ ଟିକିଏ ଡ଼ର।୫।


ଦେଇଛି ସିଏ ତ

ସଂସାରର ସବୁ ସୁଖ

ଜୀବନେ କେବେ ମୁଁ

ଦେବି ନାହିଁ ତାକୁ ଦୁଃଖ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍