STORYMIRROR

Dasarathi Sahu

Others

2  

Dasarathi Sahu

Others

ରାକ୍ଷୀ ଏ ରକ୍ଷା କବଚ

ରାକ୍ଷୀ ଏ ରକ୍ଷା କବଚ

1 min
3.8K


ବାନ୍ଧିଦେଲି ରାକ୍ଷୀ ଜଗନ୍ନାଥ ସାକ୍ଷୀ

ସୁନା ଭାଇ ହାତେ ତୋର

ମୋ ଆୟୁଷ ନେଇ ରହିଥାରେ ଜିଇଁ

ଚିର ଅମର ଅଜର

ସେନେହ ସୂତାରେ ମମତାର ମାଳି

ରାକ୍ଷୀ ଏ ରକ୍ଷା କବଚ

ଅହଂ ଆଭିଜାତ୍ୟ ନଛୁଉଁ ତୋତେରେ

ଚଢେ ସଫଳ ପାହାଚ

ରାକ୍ଷୀର ପାଉଣା କରିବୁ ଭରଣା

ମାଗିବିନି ହୀରା ମୋତି

ରଖିବୁ ଯତନେ ତୋ ହୃଦ କାନନେ

ଜନ୍ମଦାତା ଜନ୍ମଦାତ୍ରୀ

ପର ଝିଅ ଘର ଭାଙ୍ଗେନା କାହାର

ହେବୁନାହିଁ ପଥଭ୍ରଷ୍ଟ

ବାପା ମା ଅଧରେ ଚେନାଏ ହସରେ

ସର୍ବ ଦେବା ଦେବୀ ସନ୍ତୁଷ୍ଟ

ବିଖ୍ୟାତ ଉତ୍କଳ ଏ ବଡ ଦେଉଳ

ସୁଭଦ୍ରା ବଳିଆ ଜଗା

ଗୋଟେ ନାହି ଆମ ଦୁଇ ଖଣ୍ତ ଭାଇ

ଦେବୁନାହି କେବେ ଦଗା

ମୁଁ ତୋର ଭଉଣୀ ସେନେହ ରଙ୍କୁଣି

ସଂମ୍ପର୍କର ସରୁଡାଳେ

ଏ ନିଆରା ନୀଡ ସଦାଯେ ନିବିଡ

ସମୟର ଅନ୍ତରାଳେ

ରହିଲା ମୋ ରାଣ ଭାଙ୍ଗିବୁନି ପଣ

ରଖିବୁ ରାକ୍ଷୀର ମାନ

ଥିବା ଯାଏଁ ମହୀ ହେବୁ ମୋର ଭାଇ

ମୋ ମନ ଆକାଶେ ଜହ୍ନ

ଦାଶରଥି ସାହୁ

କଳମ୍ବ / ଗଜାଂମ


Rate this content
Log in