Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sadananda Pratihari

Others

3.1  

Sadananda Pratihari

Others

ରାକ୍ଷୀ ବନ୍ଧନ

ରାକ୍ଷୀ ବନ୍ଧନ

1 min
64


ସ୍ନେହ ପ୍ରେମର ଅତୁଟ ବନ୍ଧନ 

ଭଲପାଇବାର ନିଚ୍ଛକ ନିଦର୍ଶନ 

ଅନାବିଳ ନୈସର୍ଗିକ ଛଳହୀନ 

କ୍ଷୀର ନୀର ସମ୍ପର୍କର ଆବେଗଭରା ପ୍ରତୀକ 

ଏହି ପବିତ୍ର ରାକ୍ଷୀ ବନ୍ଧନ  । 

ଅତି ସରାଗରେ ଭଉଣୀ ବାନ୍ଧିଦିଏ 

ଭାଇ ହାତରେ ଏହି ରେଶମ ଫିତାର ରାକ୍ଷୀ 

ସ୍ନେହ ମମତାର ସାକ୍ଷୀ

ଖୁଆଇ ଦେଇ ମିଠାଈ ବନ୍ଦାପନା କରେ 

ଭାଇର ଶୁଭ ମନାସୀ 

କପାଳେ ଦିଏ ଚନ୍ଦନର ଗାର ହାତେ ଧରି ଅର୍ଘ୍ୟ ଥାଳି 

ସୁବାସିତ ପୁଷ୍ପରାଶି  । 

ମନରେ ଅସୁମାରୀ ଆଶା ଆଉ ବିଶ୍ୱାସର ସ୍ବପ୍ନ 

ଭୁଲିବେନି ଭାଇ ଆସିଲେ ଭାଉଜ 

କରିବେନି ପର ସାରା ଜୀବନ 

ଏକା ମାଆ ପେଟୁ ନେଇ ଜନମ 

ହସିଖେଳି ବଢିଛନ୍ତି ମାଆ କୋଳେ 

ଗୋଟିଏ ବୃନ୍ତର ଦୁଇ କଳିକା ଜାଣ । 

ଭଉଣୀ ସୁଭଦ୍ରା ଭାଇ ବଳଭଦ୍ର ସମ 

ଭାଇ ହାତେ ବାନ୍ଧିଦିଏ ରାକ୍ଷୀ 

ଏହି ଗହ୍ମା ପୁନେଇଁ ଦିନ 

ଆମ ସଭ୍ୟତା ସଂସ୍କୃତିର ପବିତ୍ର ପର୍ବ 

ସ୍ନେହ ପ୍ରେମର ପ୍ରତୀକ ରାକ୍ଷୀ ବନ୍ଧନ । 

କିନ୍ତୁ ହାୟ ! ଆଜି କରୋନା ମହାମାରୀ 

ସାଜିଛି ବଇରୀ ଉଭା ହୋଉ ବିରାଟ ପାଚେରୀ 

ସାମାଜିକ ଦୂରତାକୁ ଭିତିକରି 

ଜଣେ ରହୁଛି ଅନ୍ୟଠୁ ଦୂରରେ 

ମହାମାରୀ ସଂକ୍ରମଣକୁ ଡରି   

ହେଲେ ଛିଣ୍ଡାଇ ପାରିବ ନାହିଁ 

ଏହି ସ୍ନେହ ମମତାର ନୈସର୍ଗିକ ଡୋରି  । 


Rate this content
Log in