ରାକ୍ଷୀ ବନ୍ଧନ
ରାକ୍ଷୀ ବନ୍ଧନ
1 min
13.4K
ସ୍ନେହ ମମତାର ଅତୁଟ ବନ୍ଧନ
ଗହ୍ମା ପୁନେଇଁର ରାକ୍ଷୀ
ବାନ୍ଧୁଛି ଭାଇ ମୁଁ ଅତି ସରାଗରେ
ଏଇ ରାକ୍ଷୀ ଆମ ସାକ୍ଷୀ ॥
ଆସିଲେ ଭାଉଜ କରିବନି ପର
ଫୁଙ୍କିଲେ ମନ୍ତର ଯେତେ
ଏକା ମାଆ ପେଟୁ ଜନମି ବଢିଛେ
ଭୂଲିବନି ଭାଇ ମୋତେ ॥
ବାପା ବୋଉଙ୍କର ସେବା ଶୁଶ୍ରୂଷାରେ
କରିବନି ଅବହେଳା
ମୋ ସଂସାର ଗଢା ଅନ୍ୟ କାହାଘରେ
ସେଠି ମୋର ଲିଳାଖେଳା ॥
ମୋର ଭଲମନ୍ଦ ବୁଝୁଥିବ ଭାଇ
କହୁଛି ମୁଁ ରାଣ ଦେଇ
ଶ୍ରୀବଳଭଦ୍ରଙ୍କ ଜନ୍ମ ଦିନରେ
ସୁଭଦ୍ରା ଭଉଣୀ ମୁହିଁ ॥
(ସଦାନନ୍ଦ ପ୍ରତିହାରୀ)
୨୫-୦୮-୨୦୧୮
