STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ରାଜନୈତିକ ବ୍ୟଙ୍ଗ

ରାଜନୈତିକ ବ୍ୟଙ୍ଗ

1 min
411


 

ପିତେଇ ମାଆର ପାଦ ଋଣ ଝୁଣ

   ପିତେଇ ବାପାକୁ ଦେଖି

କହିଲା ସଜନୀ ତୋ ରୂପରେ ଆଜି

     ଆଖି ମୋ ଯାଉଛି ଲାଖି।।


ବାହାରି ପଡିବା ସ୍କୁଟର ଧରିକି

  ମାରିବାକି ଟିକେ ଢେରା

ପିତେଇ ମାଆ ଟି ଫୁଲେଇ ଦେଖେଇ

    କହିଲା ଦେବନି ଧରା ।।


କହିଥିଲ ପରା ଭୋଟ ସରିଲେ

   ନୋଟ ଆଣିବ ଘରେ

ବନାରସି ଶାଢ଼ୀ ମଲ୍ଲିର ଗଜରା

     ଗୁଡାଇ ଦେବ ଗଭାରେ ।।


ଦଦରା ସ୍କୁଟର ଫଟର ଫଟର

    ବସିଲେ ପଛରେ ତୁମ

ଅଲାଜୁକି ହେବି ଲୋକଙ୍କ ଆଗରେ

    ପଡିବ ତୁମର ନାମ ।


ପିତେଇ ବାପାଟି ଖତେଇ କହିଲା

  ଆଲୋ ମୋ କୁକୁଡ଼ା ଭାଡି

 ଡିମ୍ବ ତରକାରି ନିତି ଚରି

    ପେଟ ଧରି ଯାଉ ଗଡି ।।


ଏସନ ମିଳିବ ଛ ଅ ମାସ ଚାଉଳ

    ପକେଟ ଗରମ କରି

  ଦରମା ସଜେଇବି ତୋତେ

      ହସୁଥିବୁ କିରି କିରି ।।


ଦଦରା ଗାଡିକୁ ଭଙ୍ଗା ଚାଳ ଘର

   କୋଠା ଆଗ ପଟେ ଥୋଇ

 ସରକାର ଘରୁ ମାଗଣା ଖାଇକି 

    ପଲଙ୍କ ରେ ଯିବା ଶୋଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍