ରାଜନୈତିକ ବ୍ୟଙ୍ଗ
ରାଜନୈତିକ ବ୍ୟଙ୍ଗ
ପିତେଇ ମାଆର ପାଦ ଋଣ ଝୁଣ
ପିତେଇ ବାପାକୁ ଦେଖି
କହିଲା ସଜନୀ ତୋ ରୂପରେ ଆଜି
ଆଖି ମୋ ଯାଉଛି ଲାଖି।।
ବାହାରି ପଡିବା ସ୍କୁଟର ଧରିକି
ମାରିବାକି ଟିକେ ଢେରା
ପିତେଇ ମାଆ ଟି ଫୁଲେଇ ଦେଖେଇ
କହିଲା ଦେବନି ଧରା ।।
କହିଥିଲ ପରା ଭୋଟ ସରିଲେ
ନୋଟ ଆଣିବ ଘରେ
ବନାରସି ଶାଢ଼ୀ ମଲ୍ଲିର ଗଜରା
ଗୁଡାଇ ଦେବ ଗଭାରେ ।।
ଦଦରା ସ୍କୁଟର ଫଟର ଫଟର
ବସିଲେ ପଛରେ ତୁମ
ଅଲାଜୁକି ହେବି ଲୋକଙ୍କ ଆଗରେ
ପଡିବ ତୁମର ନାମ ।
ପିତେଇ ବାପାଟି ଖତେଇ କହିଲା
ଆଲୋ ମୋ କୁକୁଡ଼ା ଭାଡି
ଡିମ୍ବ ତରକାରି ନିତି ଚରି
ପେଟ ଧରି ଯାଉ ଗଡି ।।
ଏସନ ମିଳିବ ଛ ଅ ମାସ ଚାଉଳ
ପକେଟ ଗରମ କରି
ଦରମା ସଜେଇବି ତୋତେ
ହସୁଥିବୁ କିରି କିରି ।।
ଦଦରା ଗାଡିକୁ ଭଙ୍ଗା ଚାଳ ଘର
କୋଠା ଆଗ ପଟେ ଥୋଇ
ସରକାର ଘରୁ ମାଗଣା ଖାଇକି
ପଲଙ୍କ ରେ ଯିବା ଶୋଇ।।
