STORYMIRROR

subrat kumar jena

Others

3  

subrat kumar jena

Others

ରାଜା ଯେବେ ରାଣୀ ସହ ଲଢେ

ରାଜା ଯେବେ ରାଣୀ ସହ ଲଢେ

1 min
225

ଆତ୍ମ ସମ୍ମାନ ଓ ପ୍ରତିପତି ଲାଗି

ଏଥିରେ ନଥାଏ କାହାର କହିବାର କିଛି

ହେଲେ ରାଜା ଯଦି ଲଢ଼େ ରାଣୀ ସହ

ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ପ୍ରଜାଲାଗି

ଜଣାପଡେ ରାଣୀ ସ୍ୱର୍ଥୀ ବୋଲି ସର୍ବ ସମ୍ମୁଖରେ

ପରସ୍ପରର ଗୋପନ ପେଡି ଖୋଲିଯାଏ ଆପଣାଛାଏଁ

ରାଜ୍ୟରେ ସୃଷ୍ଠି ହୁଏ ଏକ ନୂଆଁ ଯୁଦ୍ଧର ଧାରା

ଏଥିରେ ହାର ଜିତ ଅଲଗା କଥା

ହେଲେ ପ୍ରତି ମୁହୂର୍ତ୍ତରେ ବାଜି ଲାଗେ

ରାଜ୍ୟବାସୀଙ୍କ ବିଶ୍ୱାସ ଆଉ ଭରଷା ଯୁଦ୍ଧର ପାଲିରେ

କେତେ କେତେ ପିଆଦା ଚେଷ୍ଟା କରନ୍ତି

ନିଜକୁ ପ୍ରଭାବଶାଳୀ କରିବାକୁ ଏ ଛାୟାଯୁଦ୍ଧରେ

ଆଉ କିଛି ନିଜକୁ ଦୂରେଇ ନିଅନ୍ତି ଫଳା ଫଳକୁ ଚିନ୍ତାକରି

ହେଲେ କ୍ଷତି ସର୍ବସାଧାରଣର ସ୍ୱାର୍ଥରେ

ବଢିଚାଲେ ଅରାଜକତା ଏକ ଗୁମନାମୀ ବେଶରେ

କିଛି ମାମୁଲି ପ୍ରସଙ୍ଗକୁ ପାଥେୟ କରି

ଶେଷରେ ଫଳାଫଳ ରାଜାଙ୍କର ନଥୁବା 

ରାଣୀଙ୍କର ପରାଜୟର କିମ୍ବା ପଳାୟନର ଚିତ୍ରରେ ଶେଷ ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍