STORYMIRROR

Bhabani charan Mishra

Others

2  

Bhabani charan Mishra

Others

ରାଧାକୁ ହଉଛି ବାଧା

ରାଧାକୁ ହଉଛି ବାଧା

2 mins
13.6K


ରାଧାକୁ ହଉଛି ବାଧା..।

ବାପା ମାଆ ଆସି ଘରେ ପହଁଚିଲେ..

ସେଇ ପରା ଅସୁବିଧା..॥

ବାପା ମାଆ ପରମାଦ..।

ଅକାଳ ଚଡକ ମୁଣ୍ତରେ ପଡିଲା..

ଧଳା ଲୁଗା ହେଲା କାଦ..॥

ନାଗୁଣୀ ବୋହୁଟି ଲାଙ୍ଗୁଳରେ ଠିଆ..

ମାନୁନାହିଁ କୋଉ ଗଦ..॥

ପୁଅ ବୋହୁ ମଧ୍ୟ୍ୟେ

ଚାଲିଲା ରାବଣ ବଧ୍ୟ..।

ସକାଳୁ ବୋହୁଟି ଘାଇଲା ବାଘୁଣୀ..

ପୁଅ ସତେ ପାଣି ଓଧ..॥


ଅଠାରେ ପଡିଛି ମୁଷା..।

ମାଡ ମାରି ବୋହୁ ଶାଶୁକୁ ତଡିଲା..

ଶଶୁର ତ ଲୋକ ହସା..॥

କୁଳ ଉଧାରଣ

ପୁଅର ମୁରୁକି ହସା..।

ବୋହୁ କହୁଅଛି ହେ ମାଁ ମଙ୍ଗଳା..

ପୁଅ ଝିଅଙ୍କୁ ମୋ ଭଲରେ ରଖିଲେ ..

କରିବି ମଙ୍ଗଳା ଓଷା..॥


ମାଆ କାନ୍ଦେ ଦାଣ୍ତ ଦ୍ବାରେ..।

ବିଚରା ବାପଟି ଦୁଇ ପେଟ ପାଇଁ..

ଭିକ୍ଷା ମାଗେ ଦ୍ବାରେ ଦ୍ବାରେ..॥

ପିଲା ଛୁଆ ନେଇ ଚାକିରିଅ ପୁଅ..

ଗାଡିଘୋଡା ଧରି ଘୁରେ..॥

ବଙ୍ଗଳା ପରିକା ଘର ତୋଳି ପୁଅ

ବଡ ଲୋକ ଏ ସହରେ..॥

ଠାକୁର ଘରେ ତା ପାଞ୍ଚ ଲକ୍ଷ ଖର୍ଚ..

ପ୍ରଭୁ ସତେ ସ୍ବର୍ଗ ପୁରେ..।

ଘୃତ ଯଜ୍ଞ ଅନ୍ନ ଯଜ୍ଞ ରେ ଖରଚ..

ମାସକୁ ପାଞ୍ଚ ହଜାରେ..॥

ଜୀଅନ୍ତା ଠାକୁର

ଭୋକେ ଶୋଷେ କାନ୍ଦି..

ବୁଲୁଛନ୍ତି ଦ୍ବାରେ ଦ୍ବାରେ..॥


ବାପା ମାଆ ଚିରା ପିନ୍ଧି..।

କରମ ବସନ୍ତି ନିନ୍ଦି..॥

ବୋହୁ ବନାରସୀ

ପାଟେ ଝଲମଲ..

ଦଶ ତୋଳା ହାର ବାନ୍ଧି..॥

ଗଛ କୋଡି ଖୋସି ବୁଢା ବୁଢି ମଲେ..

ବୋହୁର କଦଳୀ ଖାନ୍ଦି..॥


ଶାଶୁ ଶଶୁର କୁ ଶାଳୀ..।

ଆହା ମୋର ଗଳା ମାଳି..॥

ଛେନା ଛତୁ ମାଛ ମାଂସେ ଘର ଗନ୍ଧ..

ସବୁତ ଯାଇଛି ବଳି..।

ଖାନା ପିନା ପରେ ଚାଲିଛି ବିଚାର..

ମାଆ ଶୁଣେ ନିନ୍ଦା ଗାଳି..॥

ଘରେ କୁଣିଆ ଗହଳି..।

ଖାଇ ପିଇ ବୋହୁ ଏିତିକି ଓସାର..

ପାରୁନାହିଁ ଘର ଚାଳି..॥

ଶାଶୁ ବସି ନିତି ବାସନ ମାଜେ ଲୋ..

ବୋହୁ ଖେଳୁଥାଏ ଦୋଳି..॥


ଶାଶୁ ଶଶୁର ଓ ବାପା ମାଆ ସତେ.

କେତେ ଭିନ୍ନ ଦୁନିଆଁ ରେ..।

କି' କରିବ ହାଏ କୁଳାଙ୍ଗାର ପୁତ୍ର..

ରହଛି ମାଇପ ଡରେ..॥

ମୁହଁ ଖୋଲିଦେଲେ ମହା ଭାରତ ଲୋ..

ନିଆଁ ଜଳେ ଘରେ ଘରେ..॥

ବାହୁନି ବାହୁନି

ମାଆ ଟି ବସି ସୁମରେ..।

ବାପ ତ କ୍ଷତ୍ରୀୟ ଖଣ୍ତା ଧାର ' ପୁଅ..

ଭାକୁଡା ହୋଇଲା

କେମିତି ଯେ..

ଧୀରେ..ଧୀରେ..॥

ହାଏ ରେ ବିଧାତା କି କଲୁ କି କଲୁ..

ମାତା କାନ୍ଦେ କ୍ଷୀଣ ସ୍ବରେ..॥

ଶହେ ଠାକୁର ଙ୍କ ପୂଜା ଆରାଧନା ପରେ..।

କୁଳ ଉଧାରଣ ପିଣ୍ତକୁ କାରଣ

ପତ୍ର ଆସିଥିଲା ଘରେ..॥

ନିଜ ପେଟ କାଟି ପୁଅ ପାଳି ପୋଷି..

ଲୁହ ପୋଛେ ପଣତରେ..।

କୃଷ୍ଣକୁ ଜନମ ଦେଇ ଦେବକୀ ଲୋ..

ରହିଗଲୁ ବନ୍ଦୀ ଘରେ..॥

ବ୍ୟର୍ଥ ଯିବନାହିଁ ତୋ କରମ ଫଳ

ଲଭିବୁ ତୁହି ଅଚିରେ..॥

ପିଣ୍ତ ପତ୍ରେ କୋଳି କମଳା ଖାଇବୁ

ଦିନେ ମରିଗଲା ପରେ..॥

ସାରା ଜୀବନକୁ ଥରେ..।

ଗୟା ପିଣ୍ତ ଖାଇ ସଂସାରୁ ତରିବୁ

ମୁକ୍ତି ହବୁ ଏକା ଥରେ..॥

ଏ ମର ମରତେ ମନ୍ଦାକିନୀ ସତେ

ମମତା ତୋ ପ୍ରତିଧାରେ..।

ଧନ୍ୟ ଆଗୋ ମାତେ ଅମୃତ ଦୁହିତେ

ଶରଣ ତୁମ ପୟରେ..।

***************

ହା..ହା..ହା..

॥ ଜୟ ଜଗନ୍ନାଥ ॥

Bbhabani charan mishra

mohana (gajapati )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍