STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ରାଧା କୃଷ୍ଣ ନାମ ଭଜ

ରାଧା କୃଷ୍ଣ ନାମ ଭଜ

1 min
580


• (ରାଧା କୃଷ୍ଣାମୃତ) ରାଧା କୃଷ୍ଣ ନାମ ଭଜ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ସଖୀରେ , ଏ ଯମୁନା ପୂଳିନେ , କଦମ୍ବ ବନେ

• ଆଜି ବିଜେ ହେବେ ବ୍ରଜ ରାଜ , ସଖୀରେ…।।

• କଣ୍ଟ ଦେଇଛନ୍ତି ବୃଷଭାନୁ ଜେମା , ମେଳେ ଗୋପବଳୀ ମିଳି

• ବସନ୍ତେ ବସନ୍ତ ରାସ ରଚିବେ ଲୋ

• କଟାଇ ବେ ଆଜି ସଂଜ , ସଖୀରେ…।।

• ମାଳତୀ ଲତାର କୁଞ୍ଜ ଶୋଭାବନ , ଫୁଟିଛି ଫୁଲ କଦମ୍ଵ

• ଯମୁନା ତଟରୁ ମଳୟ ବହେ ଲୋ

• ନୈସର୍ଗିକ ସଜବାଜ , ସଖୀରେ…।।

• ଦୋଳିରେ ଲାଗିଛି ଗଜମୁକୁତା ଲୋ , ଝରିଝୁମ୍ପା ଫୁଲମାଳ

• ଶତେ ଚନ୍ଦ୍ରାତପ ଆଲୋ-କୁ ବଳି ଲୋ

• ହୋଇଅଛି ସହୀ ସଜ , ସଖୀରେ…।।

• ସେ ବନେ ପଳାସ କୃଷ୍ଣଚୁଡା ର , କୁସୁମ ଟେକିଛି ଛତ୍ର

• ସୁନାରୀ ଫୁଲର ସୁବର୍ଣ୍ଣ ଚାନ୍ଦୁଆ

• ଏ ବସନ୍ତର ସଜବାଜ , ସଖୀରେ…।।

• ମୟୂର,କପୋତ,କୁମ୍ଭାଟୁଆ ଗୀତ , ପଞ୍ଚମେ ବସନ୍ତ ଦୂତ

• ଭ୍ରମର ଗୁଞ୍ଜନ ବାଣୀ,ବୀଣା ସ୍ଵନ ଲୋ

• ଗୁଞ୍ଜନରେ ମୁଖରିତ , ସଖୀରେ…।।

• ସଜ ହେଉଅଛି ସେ କନକ ଗୋରୀ , ମନ ତାର ଛନ ଛନ

• ବ୍ରଜବାଳୀ ଆସି କଟାଳ କଲେଣି

• ରାଇ ଗୋ କୁଞ୍ଜକୁ ଆସ , ସଖୀରେ…।।

• ବସନ୍ତ ରାସ ରେ ଦୋଳ ଝୁଲଣରେ , ଝୁଲିବେ ରାଧାଗୋବିନ୍ଦ

• ଅନନ୍ୟ ଏ ଶୋଭା ପ୍ରଫୁଲ୍ଲ ଚିତ୍ତରେ

• ସେହି,ରାଧା କୃଷ୍ଣ ନାମ ଭଜ , ସଖୀରେ…।।






Rate this content
Log in