STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ରାବଣ ପୋଡି

ରାବଣ ପୋଡି

1 min
13.8K


ରାବଣକୁ ଏଠି ରାବଣ ପୋଡନ୍ତି

ଦେଖନ୍ତି ରାବଣ ମାନେ,

ରାମକଂର ଦେଖା ଦରଶନ ନାହିଁ

ରାବଣର ଲଙ୍କା ବନେ।

ବାଣର ଚକମା ଦେଖ

ରୀତି ନୀତି ଦେଖି ମା'ଦୁର୍ଗାଙ୍କର

କଳା ପଡିଲାଣି ମୁଖ ।।

ରାମଙ୍କର ହସ୍ତେ ମୃତ୍ୟୁ ଇଚ୍ଛା କରି

ରାବଣର ଯଶହାନୀ,

ଆଜି ଯେଉଁମାନେ ପୋଡନ୍ତି ତାହାକୁ

ତାଠାରୁ କି ସତେ ଜ୍ଞାନୀ।

ଭାଷଣରେ ବଡଦାନୀ,

ଅପ ସଂସ୍କୃତିକୁ ହଟାଇବେ କାଳେ

ଦୁର୍ଯ୍ୟୋଧନ ମହାମାନୀ।।

ଯିଏ ସେ ରାବଣ ସେଇ ଦୁର୍ଯ୍ୟୋଧନ

ସେଇତ ଅଟଇ କଂସ,

ଦୁନିଆଟା ସାରା ଯୁଆଡେ ଚାହିଁଲେ

ସବୁତ ତାଙ୍କରି ବଂଶ।

କିଏ ସେ କାହାକୁ ପୋଡେ,

ରାବଣର ଗୋଟେ ପ୍ରତିମୂର୍ତ୍ତି କରି

ରାବଣ ତାହାକୁ ପୋଡେ।।

କୈଳାସ ଚନ୍ଦ୍ର ପାଢୀ

କୁମାରପୁର , ଭଦ୍ରକ


Rate this content
Log in