STORYMIRROR

Kali Kumar

Others

3  

Kali Kumar

Others

ପ୍ୟାକିଙ୍ଗ୍ ପାଉଡର

ପ୍ୟାକିଙ୍ଗ୍ ପାଉଡର

1 min
231


ବୁଢ଼ିମା ଗାଉନି ନାନାବାୟା ଗୀତ

" ଧୋ ରେ ବାୟା ଧୋ

ଯେଉଁ କିଆରିରେ ଗହଳ ମାଣ୍ଡିଆ 

ସେଇ କିଆରିରେ ଶୁଅ " ।।


ମୋବାଇଲ କହେ,

" ରହରେ ବାୟା ରହ

ମୋ ମୁହଁ ଚାହିଁ,

ଆଉ କିଛି କ୍ଷଣ ରହ

ତୋ mommy ଯାଇଛି ବିୟୁଟି ପାର୍ଲର

ବେଶ ବଦଳେଇବ କେତେ,

ବଜାରୁ ଆଣିବ ପାଉଡର କ୍ଷୀର

ପିଇବୁ ଯାହାକୁ ଯେତେ ।।


କେତେ ସଚେତନ ସୌନ୍ଦର୍ଯ୍ୟ ପାଇଁ କି

ତୁ କାହୁଁ ବୁଝିବୁ ସେ କଥା,

ଏଇଟା ପରା ଆଧୁନିକ ଯୁଗେ

ଅତ୍ୟାଧୁନିକ ପ୍ରଥା ।।

 

ସୌନ୍ଦର୍ଯ୍ୟ ଖସିଲେ ସବୁ ଗୋଳମାଳ

ଅନର୍ଥ ହେଇବ ଜାଣ,

କିଏ ବା ବୁଝୁଛି

ମାଆ କ୍ଷୀର ଅଟେ ଅମୃତ ସମାନ

ପିଲାକୁ କରଇ ଟାଣ ।।


କାଳି ଗାଈ କ୍ଷୀର 

ମିଳୁନି କେଉଁଠି 

କ୍ଷୀରି ତୁ ଖାଇବୁ କେମିତି ?

କହିଲ ଦେଖି !

ଗାଈ ପାଇଁ କିଏ 

ଲଢ଼େଇ କରୁଛି

ଦ୍ରୋଣ କରିଥିଲେ ଯେମିତି ।।


ଶସ୍ତା ସୁନ୍ଦର ମଜବୁତ୍ ଭାବି

ସକାଳେ 'ପ୍ୟାକିଙ୍ଗ୍' ପ୍ରେମରେ ଅନ୍ଧ

କେଉଁଟା କୁ କିଏ ଆପଣେଇବ

ସେଥିପାଇଁ ନାନା ଦ୍ଵନ୍ଦ ।।


କାହାର 'ପ୍ୟାକିଙ୍ଗ୍' ରଙ୍ଗୀନ୍ ରଙ୍ଗୀନ୍

କିଏ ଦେଉଛି ଅଧିକ ରିହାତି,

ଶୁଣା ଯାଉନାହିଁ ସଞ୍ଜ ଓ ସକାଳେ

କ୍ରମାନ୍ଵୟ ସ୍ୱରେ ନାନାବାୟା ଗୀତି,

ସଭିଙ୍କୁ ଘାରିଛି ପ୍ୟାକିଙ୍ଗ୍ ପାଉଡର ପ୍ରୀତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍