ପୂତ ପ୍ଲାବନି ଗଙ୍ଗା
ପୂତ ପ୍ଲାବନି ଗଙ୍ଗା
ପୂତ ପ୍ଲାବନି ଧାରଟିଏ ଯା'ର
ମାଆ ମାଟି ଛୁଇଁ ଯାଉଛି ବହି
ସେହି ସେ ଗଙ୍ଗା ପୁଣ୍ୟ ତଟିନୀ
ତା' ବିଷୟେ କିଏ ପାରିବ କହି ll
ବାରଣାସୀ ଠାରୁ ହରିଦ୍ୱାର ଦେଇ
ପ୍ରୟାଗରାଜ ଓ ପାଟନାରେ ରହି
କୋଲକାତା ସଙ୍ଗେ କାନପୁର ଠାରେ
ପ୍ଲାବିତ କରିଛି ଭାରତ ଭୂଇଁ ll
ବିଷ୍ଣୁ ନଖ କୋଣୁ ଲଭିଲା ଉତ୍ପତ୍ତି
ନାମ ହେଲା ବିଷ୍ଣୁପଦୀ
ଜହ୍ନୁ ମୁନି ତାକୁ ଚଳୁ କରିଥିଲେ
ନାମ ବହି ଜାହ୍ନବୀ ll
ମାନବ ସଭ୍ୟତା ବିକାଶ ଲଭିଲା
ସେ ପବିତ୍ର ନଦୀ କୂଳେ
ବଙ୍ଗଳାଦେଶରେ ପଦ୍ମା ନାମେ ସେତ
ରଚିଗଲା କୀର୍ତ୍ତି ବଳେ ll
ହିମାଳୟ ଠାରୁ ଜନମି ବହିଛି
ପଚିଶି ଶହ ପଚିଶି କି.ମି ତାର ପବିତ୍ର ଧାର
ଉତ୍ତରାଖଣ୍ଡରୁ ବହୁ ସ୍ଥାନ ଦେଇ
ବଙ୍ଗଳା ଦେଶ ମଧ୍ୟେ ପ୍ରବାହିତ ହୋଇ
ମିଶିଅଛି ପାରାବାର ll
ଭିନ୍ନ ଭିନ୍ନ ସ୍ଥାନେ ଗଙ୍ଗା ନଦୀ ପରେ
ରହିଛି ବିଭିନ୍ନ ନାମରେ ସେତୁ
ମହାତ୍ମାଗାନ୍ଧୀ ଶ୍ରୀରାମ ଝୁଲା
ମୁଁଙ୍ଗେର ଗଙ୍ଗା ପୁଣି ବିଦ୍ୟାସାଗର ସେତୁ ll
ହିନ୍ଦୁ ଧର୍ମର ପ୍ରାଣେ ପ୍ରାଣେ ଗଙ୍ଗା
ଦେବୀ ମାତା ନାମେ ଶ୍ରେୟ
ପୂଜା ପାର୍ବଣ ଓ ଶ୍ରାଦ୍ଧ କର୍ମଣରେ
ତା' ଜଳ ସିଞ୍ଚନେ ଅଟେ ବିଧେୟ ll
ତା' ନୀର ପରଶେ ଶେଷ ସମାଧିରେ
ମାନବ ଜନ୍ମରୁ ମିଳଇ ମୁକ୍ତି
ଆଧ୍ୟାତ୍ମିକତାର ପୁଣ୍ୟ ଭାବନାରେ
ତା ଆଶିଷ ଭରେ ଅସୀମ ଶକ୍ତି ll
ବିଜ୍ଞାନ ବି ଏବେ ମାନିବାକୁ ବାଧ୍ୟ
ବହୁ ଗବେଷଣା ପରୀକ୍ଷା ପରେ
ଗଙ୍ଗାଜଳ ଏତେ ପ୍ରଦୂଷଣ ସତେ
ଜୀବାଣୁ କୀଟାଣୁ ନାହିଁ ତା' ଠାରେ ll
ସେ ଜଳର ଗୁଣ କହି ଅପ୍ରମାଣ
କି ବର୍ଣ୍ଣିବି ତାର ମହତ୍ତ୍ୱ ସତେ
ସରଗରୁ ଯିଏ ଭଗୀରଥ ସାଥେ
ଭୂମିଷ୍ଠ ହୋଇଲେ ଶିବଙ୍କ ଜଟେ ll
ଜନ୍ମଭୂମି ମୋର ଭାରତ ବର୍ଷର
ବକ୍ଷ ଛୁଇଁ ଯିଏ କରିଛି ଧନ୍ୟ
ଦେଶ ଜନନୀର କଟୀ ମେଖଳା ସେ
ବାର ବାର ମୋର ପ୍ରଣତି ଘେନ
ବାର ବାର ମୋର ପ୍ରଣତି ଘେନ ll
