STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପୂର୍ଣ୍ଣତା ଦିଅ ଭରି

ପୂର୍ଣ୍ଣତା ଦିଅ ଭରି

1 min
754


ପୂର୍ଣ୍ଣତା ଦିଅ ଭରି

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧ

---------- -------------------- ----------

• ମନ ମନ୍ଦିର ର

o ରିକ୍ତ ସଂହାସନେ

 ପୂର୍ଣ୍ଣତା ଦିଅ ଭରି

• ଆରତୀ ଆରତେ

o ଡାକଇ ନିରତେ

o ଶୂନ୍ୟ ଥାଳ ହସ୍ତେ ଧରି ।।

• ଯନ୍ତ୍ରଣା ଭରା

o ଜୀବନ ଜାତକ

 କେତେ ଅସହ୍ୟ ବେଦନା

• ଧୈର୍ଯ୍ୟ ହରା ହୋଇ

o କାତରେ ଡାକୁଛି

 ସାଦରେ କରହେ ଘେନା ।।

• ଅଶ୍ରୁ ଶ୍ରାବଣୀ ର

o ପବିତ୍ର ଜଳରେ

 ସେ ପଦ ସରୋଜ ଧୋଇ

• ଏ ହୃଦୟ ରକ୍ତ

o ଉତ୍ପାଳାସନ ରେ

 ଆସିନ ହୁଅ ଗୋସାଇଁ ।।

• ଭର୍ତ୍ତା ହେ ମୋର

o କିଛି ହେଲେ ନାହିଁ

 ଅଳି ଅବା ଅରଦଳି

• ତୁମରି କରୁଣା

o ନକରିବ ଊଣା

 ବିଶ୍ଵପତି ବନମାଳୀ ।।

• ନ ହୁଅ ଉପଳ

o ଆହେ ନୀଳାଚଳ

 ଅଚଳ ଦାରୁ ଦେବତା

• କୃପାସିନ୍ଧୁ ଦୀନ-

o ବନ୍ଧୁ, କୃପାକଲେ

 କି କରିବ ବଳବନ୍ତା ।।

• ଯାହାସବୁ ଦେଲ

o ପାର୍ଥୀବ ଜଗତେ

 ସେ ସବୁ ତୁମରି ଦାନ

• ତୁମେ ଦାତା ପ୍ରଭୁ

o ସୃଷ୍ଟି କରତା ହେ

 ତୁମ ସୃଷ୍ଟି ମହୀୟାନ ।।

• ଚରାଚର ବ୍ୟାପ୍ତ

• ଅନ୍ତର୍ଯ୍ୟାମୀ ନାଥ

• ଅନୁଗ୍ରହେ ଅନୁଗ୍ରହ

• କରହେ, ପ୍ରଫୁଲ୍ଲ

o କରେ ନିବେଦନ

o ଦିଅ ସେ ପଦେ ଆଶ୍ରୟ ।।

ଲୋଡା ନାହିଁ କିଛି, ମୁଁ ତୁମକୁ ଆଶ୍ରୟକଲି… ।।








Rate this content
Log in