Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rita Pattanaik

Others

3  

Rita Pattanaik

Others

ପୂର୍ଣ୍ଣିମା ତିଥି

ପୂର୍ଣ୍ଣିମା ତିଥି

1 min
310


ଜହ୍ନ ରାତି ମଧୁକ୍ଷରା

    ରାତି ଆଜି ପ୍ରୀତି ଝରା

ଜହ୍ନ ଜହ୍ନ ମୁହଁ ସବୁ ସୁଗନ୍ଧେ ବିଭୋର

ରାତି ଆଜି ସମାହିତ ମୁଗ୍ଧ ଚୈତନ୍ୟର ।

କାଦମ୍ବରୀ ନିଶା ଘାରେ କା ' ମଧୁ ପରଶେ

ସନ୍ତର୍ପଣେ ଶେଫାଳୀ ବି ମୃଦୁ ମୃଦୁ ହସେ ।

         ଟିକେ ଶୁଣ "ନୀଳମଣି "

ରାତି ଆଜି ପ୍ରେମାବିଷ୍ଟ ଇପ୍ସିତ ବାନ୍ଧବକୁ ପାଇ 

ଜହ୍ନରେ ତନ୍ମୟପଣ ତୁମରି ପାଇଁ

ନିଶିଥିନୀ ସଜେଇଛି ନିଶିଗନ୍ଧା ଭେଟି ଦେବା ପାଇଁ ।

       କାହିଁକି ଜାଣ "ନୀଳମଣି "  

ଆଜି ଗୋ କାର୍ତ୍ତିକ ପୂର୍ଣ୍ଣମୀ ପୂଣ୍ୟ ତିଥି

ତୁମ ଅନୁରାଗୀ ପୂଜାର୍ଚ୍ଚନା ,ପ୍ରୀତି ଅର୍ଘ୍ୟ ରାତି ।

       ଦେଖ କଳା କାହ୍ନୁ

ଜହ୍ନ ଆଜି ଶିହରିତ ତୁମ ପ୍ରେମ ଅନୁରକ୍ତିରେ

ଆଉ ଜହ୍ନ ସହ ପ୍ରୀତି ତୁମ ନିରୋଳା ପହରେ

        କେମିତି ଏତେ ବାସ ବିସ୍ତାରେ

        କେମିତି ଏତେ କାୟା ପ୍ରସାରେ

             ହେ "ନୀଳମଣି "

    ତୁମ ସୁଗନ୍ଧରେ ଜହ୍ନ ବାସେ କସ୍ତୁରୀ କସ୍ତୁରୀ 

ସତେକି , ରାହାସ ବେଦୀରେ ଯୁଗଳ ରସାମୃତ ଲହରୀ ।

         


Rate this content
Log in