STORYMIRROR

Anuja Behera

Others

3  

Anuja Behera

Others

ପୂର୍ଣ୍ଣଚ୍ଛେଦ

ପୂର୍ଣ୍ଣଚ୍ଛେଦ

1 min
233


ବାଦ ବିବାଦର ଜଞ୍ଜାଳ ଭିତରେ ଶୁଭ ଖାଲି ପ୍ରତିବାଦ

ଜନ୍ମ ଜାତନାଠୁ ଯୁଇ ଯନ୍ତ୍ରଣାରେ ପଡ଼ଇ ଯେ ପୂର୍ଣ୍ଣଚ୍ଛେଦ


ଛନ୍ଦାପଥ ଏଇ ଛନ୍ଦ କପଟରେ ଛନ୍ଦେ ଜୀବନର ମୋଡ଼

ଛିଡ଼ୁ ଛିଡି ଯାଏ ଜୀବନ ଆୟୁଷ ଭାଙ୍ଗେ ପୁଣି ବଳବାଡ


ଚୂର୍ଣ୍ଣ ହେବ ଦିନେ ଗର୍ବ ଅହଙ୍କାର ପୁର୍ଣ୍ଣ ପାପ ପେଢ଼ି

ଜନ୍ତୁପତି ପୁଣି ଅଙ୍କ ଫେଢ଼ିବେ କଲା କର୍ମମାନ ଯୋଡ଼ି


ଜୀବନଟା ଗୋଟେ ମରୀଚିକା ବାକ୍ୟ ପୂର୍ଣ୍ଣଛେଦ ପରେ ଶେଷ

ପଞ୍ଚ ଭୂତାଦୀରେ ଲୀନ ହେବ ଜିବ ବଳିବ ଖାଲି ପାଉଁଶ


ଜୀବନ ବାଟର ଅଙ୍କାବଙ୍କେ ପଥେ ଘଞ୍ଚ କଣ୍ଟାର ଜଟି

ଜୀଇଁ ବାକୁ ହେବ କଣ୍ଟାପରେ ଚାଲି ବୁଢିଆଣୀ ଜାଲ କାଟି


ଛେଦ ବିଛେଦର ସମ୍ପର୍କ ଭିତରେ ନୀତି ପଡେ ପୂର୍ଣ୍ଣଚ୍ଛେଦ

ଜୀବନ ଯମୁନା ହୋଇ ଆନମନା ବହେ କଳଙ୍କ ବଉଦ   ।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍