ପୂର୍ଣ୍ଣ
ପୂର୍ଣ୍ଣ
1 min
249
ଖଞ୍ଜା ଖଞ୍ଜା ଇଟାର ଘର ନାହିଁ ଆବଶ୍ୟକ
ଝାଟିମାଟି କାନ୍ଥ ସଜାଡ଼ିବେ ହୋଇ ମୁକ ।
ଗାଡି ଘୋଡାରେ ନାହିଁ ମୋ ଲାଳସା
ହାତଧରି ଚାଲିବ ବାଟ ଥାଉ ଏ ଅଭିଲାଷା ।
ଲୋଡ଼ା ନାହିଁ ମୋର କର୍ଣ୍ଣ କୁଣ୍ଡଳ
ପାରିବ ଯଦି ଆଣିଦେବ ସ୍ନେହ ସମ୍ବଳ ।
କହିବ ଯଦି ସାଜିବି ମୁଁ ଯୋଗିନୀ
ରାଜି ମୁଁ ହେବାକୁ ତମ ପାପର ଭାଗିନୀ ।
ସର୍ବସ୍ବ ତ୍ୟାଗ କରି ହୋଇଛି ଅପୂର୍ଣ୍ଣ
ଶିବ ସାଜି କରିବ କି ପୂର୍ଣ୍ଣ ?
