STORYMIRROR

Bunee Tripathy

Others

4  

Bunee Tripathy

Others

ପୂର୍ଣ୍ଣ ପବିତ୍ରତା

ପୂର୍ଣ୍ଣ ପବିତ୍ରତା

1 min
264

ଧବଳ ଟବଳ ବାସହୀନ ସିନା

  ସୌନ୍ଦର୍ଯ୍ୟ ପ୍ରତିମା ଭରା

ଶ୍ବେତ ରଙ୍ଗ ପରା ଶାନ୍ତିର ପ୍ରତୀକ

  ଜିଣଇ ଜଗତ ସାରା।


ଶୁଭ୍ର ଆଲୋକର ତେଜ ଦିପ୍ତିମାନ

    ଝଟକେ ହୀରକ ସମ

ପୂର୍ଣ୍ଣ ପବିତ୍ରତା ରହିଥାଏ ଯହିଁ

   ଶ୍ବେତ ପରା ତାର ନାମ।


ଶଙ୍ଖ ଅଟେ ପରା ପବିତ୍ର ସମାନ

   ମନେ ଜାଗେ ଭକ୍ତିଭାବ

ଧଳା ଆସ୍ତରଣ କରଇ ମହାନ

  ବିଷ୍ଣୁ କରେ ସ୍ଥିତି ତବ।


ବୀଣାପାଣି ପରା ଆର୍ବିଭାବ ଯେବେ

   ଶ୍ବେତ ବସ୍ତ୍ରେ ଅଭିହିତା

ମରାଳ ବାହିନୀ ବ୍ରହ୍ମାଙ୍କ କୁମାରୀ

   ଶ୍ବେତ ପୁଷ୍ପେ ଅଭିଷିକ୍ତା।


ଧବଳ ପୁଷ୍ପରେ ଈଶ୍ବର ନିବାସ

  ମନେ ଥାଏ ତ ବିଶ୍ବାସ

କରେ ପୁଷ୍ପାଞ୍ଜଳୀ ଅର୍ଘ୍ଯଧୂପ ଘେନି

  ତୋ ପାଦେ ଢାଳେ ଆଶ୍ବାସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍