Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Others

2  

Nayak Akshaya raazhasti

Others

ପୂଣ୍ୟ ନଈ ଘାଟେ ନାଉରୀ ପିଲା ଟେ

ପୂଣ୍ୟ ନଈ ଘାଟେ ନାଉରୀ ପିଲା ଟେ

1 min
129


ହେ ଛ' ଶଗଡ଼ିଆ ଦେଖିଛ କି ଆଜି?

ପୂଣ୍ୟ5 ନଈ ଘାଟେ

ନାଉରୀ ପିଲା ଟେ

ନାନ୍ଦିମୁଖ ଅଛି ସର୍ଜି

ଖେଳା ବୁଲା ସବୁ ତେଜ୍ଜି

ଗୁଳି ର ଜାଵବ ଧୁଳି ରେ ଦେଲା

ଯୁଗ ଡମ୍ବରୁ ସାଜି l


ଖାଁ ଖାଁ ନଦୀ ଘାଟ

କେଂ କେଂ ବ୍ରାହ୍ମଣୀ

ବ୍ରାହ୍ମଣୀ ଠୁ କେତେ ଦୂର ଖାନ ନଗର ମଶାଣି,

ସଁ ସଁ ପବନ ଟା ବହି ଥକକି ଗଲାଣି

 ରାଣିଆ ର କୋହ ସ6ଶୁଣି ଚନ୍ଦ୍ର ନିଏ ମେଲାଣି l

ହେ ଅନନ୍ତ- ସଚି-ଗୋବିନ୍ଦ-ବିଶୁ -ରବି-ମୋତି

ସବୁ କାନେ କହି ଦିଅ ଅମର କାହାଣୀ

ଉଠିଲା ବହ୍ନି ଥମି ଯିବନି

ଧ୍ବଂସ ର କଥା କହେ

ଅଂଧାର ରାତିରେ

ମନ୍ଦାର ପ୍ରୀତି ରେ

ବିଜୟ ମାଲ୍ୟ ଦିଏ

ଭୁଇଁ ରୁ ଭୁଆଁ ଯାଏଁ

ବାଜି ମାରିବ ଯିଏ l

ମାଟି ର ମାନ୍ତ୍ରିକ

କ୍ରାନ୍ତି ର ଯାନ୍ତ୍ରିକ

ଜାତି ର ତାନ୍ତ୍ରିକ ବାଜି

ଆଗାମୀ ପିଢି ର ନବ ବତୀ ଘର

ମେଳି ମଙ୍ଗୁଆଲ ସାଜି 

ଅହମିକା ଭାଙ୍ଗି ରୁଜ୍ଜି

ଖେଳାଏ ସ୍ୱପ୍ନ ରାଜି l


Rate this content
Log in