STORYMIRROR

Bunee Tripathy

Others

3  

Bunee Tripathy

Others

ପୂଣ୍ଯ ଜନ୍ମତିଥି

ପୂଣ୍ଯ ଜନ୍ମତିଥି

1 min
168

ଦୋଷ ମୋର କଣ

କାହିଁକି ଆଜି ମଣୁଛି ନିଜକୁ

ଅସୁରକ୍ଷିତ ଏଇ ସମାଜରେ।

କନ୍ୟାଟିଏ ଜନ୍ମ ହେଲାପରେ

ଲମ୍ବିଯାଏ ଲମ୍ବା ଫର୍ଦ୍ଦଟିଏ

କେଉଁଟା କରିବା ଠିକ୍

ଆଉ କେଉଁଟା ଭୁଲ।

ନୀତିନିୟମର ବନ୍ଧନ ଭିତରେ

ବାନ୍ଧି ହୋଇଯାଏ ଝିଅଟି

ବାଲ୍ୟ,କୈଶୋର ଆଉ ଯୌବନ।

ବାଲ୍ୟ ଓ କୈଶୋରରେ ପିତାଙ୍କ ନିର୍ଦ୍ଦେଶ

ଯୌବନରେ ସ୍ୱାମିଙ୍କ ଆଦେଶ

ଆଉ ବାର୍ଦ୍ଧକ୍ୟରେ ପୁତ୍ରର ଅନୁମତି

ନେବାକୁ ପଡିଥାଏ ପ୍ରତିଟି ସମୟେ।

"ମୋତେ ବାହାରେ ବୁଲିବା ମନା

ମୋତେ ସଜେଇ ହେବା ମନା

ମୋତେ ହସିବା ହୁଏ ମନା

ମୋତେ କଥା କହିବା ମନା "

ଏଠି ସବୁ କିଛି ମନା

ଆଉ କେବେ ଯଦି

ଅମାନିଆ ହୋଇଯାଏ

ତେବେ................

ଶାଗୁଣା ଛଞ୍ଚାଣ ସବୁ

ଖୁମ୍ପିଖୁମ୍ପି କ୍ଷତାକ୍ତ କରିଦିଅନ୍ତି

ଆଉ ଝୁଣିଝୁଣି ଖାଇଯାଆନ୍ତି

ଏହି ନରମ କୋମଳ ଦେହଟାକୁ।

କାହିଁକି ମୁଁ ଆଜି ନିଜକୁ

ଏତେ କମଜୋର କରିଛି

ଯେଉଁଠି ନାରୀ ସଶକ୍ତିକରଣ ମନ୍ତ୍ର

ଗାଇ ଜୟଗାନ କରୁଛନ୍ତି

ସେଠି ନାରୀ ଆଜି

କାହିଁକି ହୀନମନ୍ୟତାର ଶିକାର ହୁଏ ?


ଯେଉଁ ଦେଶେ ନାରୀ

ଜାୟା ଜନନୀ ଭଗିନୀ ରୂପେ

ହୋଇଥାଏ ଗଣ୍ୟ

ସେଠି ନାରୀର ଦେହପାଇଁ

ହେଉଥାଏ ଛକାପଞ୍ଝା ଖେଳ,

କେବେ ବଦଳିବ ଏ ସମାଜ

କେଉଁଦିନ ନାରୀଟିଏ

ହେବ ସୁରକ୍ଷିତ।

ନିର୍ବିଘ୍ନରେ ବୁଲିପାରିବ

ରାତିର ଅମାଅନ୍ଧାରେ ମଧ୍ୟ।

ଅସୁରକ୍ଷିତ ବଳୟରୁ

ଯେଉଁଦିନ ମିଳିବ ମୁକ୍ତି

ସେ ଦିନ ପାଳିବ

ନାରୀ ଶକ୍ତିର ପୂଣ୍ୟ ଜନ୍ମତିଥି।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍