STORYMIRROR

Suresh chandra Padhy

Others

3  

Suresh chandra Padhy

Others

ପୂଜ୍ୟ ବ୍ୟାସଦେବ

ପୂଜ୍ୟ ବ୍ୟାସଦେବ

1 min
281

ଜୟ ଜୟ ବ୍ୟାସ ଦେବ ଘେନ ନମସ୍କାର,

ବିଷ୍ଣୁ ରୂପୀ ହୋଇ ତୁମେ ନେଲ ଅବତାର।

ପରାଶରଙ୍କ ପୁତ୍ର ରୂପେ ଜନ୍ମ ନେଇଥିଲ,

ପ୍ରଚଣ୍ତ ଜ୍ଞାନୀ ଧରାରେ ତୁମେ ହୋଇଥିଲ।

ଅଷ୍ଟାଦଶ ପୁରାଣକୁ ରଚନା କରିଥିଲ,

ତଥାପି ତୁମ ମନେ ଶାନ୍ତି 

କେବେ ନ ଲଭିଲ।

ନାରଦ ତୁମକୁ ଭାଗବତ ଶାସ୍ତ୍ର 

ଲେଖିବାକୁ କହିଥିଲେ,

ଚାରି ଦିବ୍ୟ ଶ୍ଳୋକ ତୁମରି ଆଗେ

ଗାଇ ଶୁଣାଇଥିଲେ।

ତୁମରି ପୁତ୍ର ଶୁକ ଦେବ ମୁନି,

ଭାଗବତ ପ୍ରଚାର କଲେ।

ରାଜା ପରୀକ୍ଷିତ ସାତ ଦିନ ଶୁଣି,

 ମୁକତି ଲଭିଥିଲେ।

ତୁମେ ପରା ପରମ ଗୁରୁ ବୋଲଉ

  ଅଛ ସଂସାର ରେ,

ଆଷାଢ ପୁର୍ଣିମା ରେ ଜନମ ନେଲ

  ଏଇ ମରତ ଭୂଇଁରେ।

ତୁମରି ଭାଗବତ ସୁଧା ପାନ କରି

 ଜୀବ ଭବୁ ତରି ଯାଏ

ତୁମରି କୃପା ହୋଇବ ଯାହାକୁ

 ଜ୍ଞାନବାନ ସେ ଯେ ହୁଏ

ମୋ ତୁଣ୍ଡରେ ତୁମ ଗୁଣ 

  ଗାଇବାକୁ ନାହିଁ ତ ଶକତି

ମୋ ପରି ଅଧମ ଚରଣେ ତୁମର

  କରେ ଭକ୍ତିର ପ୍ରଣତି

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍