STORYMIRROR

Dharitri Das

Others

4  

Dharitri Das

Others

ପୂଜନୀୟ ପୂଜନୀୟା

ପୂଜନୀୟ ପୂଜନୀୟା

1 min
209


ପୂଜନୀୟ ପିତା ପୂଜନୀୟା ମାତା

ମୁଁ ଅଟେ ତୁମ ଅଲିଅଳି ଦୁହିତା।


ଆଜି ଏ ପବିତ୍ର ଗୁରୁ ଦିବସରେ

ଶତକୋଟି ପ୍ରଣାମ ତୁମ ପୟରେ।


ଘେନି ମୋ ପ୍ରଣତି କର ଆଶୀର୍ବାଦ

ହଟିଯାଉ ମୋର ସବୁ ପରମାଦ।


ତୁମ ଆଶୀର୍ବାଦ ଥିଲେ ମୋର ପାଶେ

ଡର ନାହିଁ ମୋର କାହାକୁ ଏ ବିଶ୍ୱେ।


ପିତାଙ୍କର କୋଳ ମାତାଙ୍କ ପଣତେ

ସଦା ଥାଏ ମୁହିଁ ଅତି ସୁରକ୍ଷିତେ।


ତେଣୁ ମାତା ଯେ ମୋର ପ୍ରଥମ ଗୁରୁ

ପିତା ଯେ ମୋହର ଜାଣ ଦ୍ଵିତୀୟ ଗୁରୁ।


ପିତା ମୋର ଗୁରୁ ମାତା ମୋର ଗୁରୁ

ତାପରେ ଜ୍ଞାନ ଦାତା ତୃତୀୟ ଗୁରୁ।


ଜଣା ଅଜଣା ଆଉ ଛନ୍ତି ଯେତେ ଗୁରୁ

ସଭିଙ୍କୁ ଭକ୍ତିଭରା ପ୍ରଣାମ କରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍