STORYMIRROR

Anirudha Kund

Others

3  

Anirudha Kund

Others

ପୂଜିବି ତୋତେ କେମିତି

ପୂଜିବି ତୋତେ କେମିତି

1 min
220


କହରେ କାଳିଆ ଗଳାର ମାଳିଆ

    ପୂଜିବି ତୋତେରେ କେମିତି

ଦେଖୁନାହିଁ ଶୁଦ୍ଧ କୌଣସି ଦରବ 

   ବିଗିଡି ଗଲାଣି ମୋ ମତି ॥୦॥


ସକାଳୁ ସକାଳୁ ତୋଳିଲି ମୁଁ ଫୁଲ

    ଦେଖିଲି ମଧୁପର ଗେଲ

ଦେବା ପାଇଁ ଜଳ  ଜଳାଶୟ ଗଲି

   ସେଠି ପୁଣି ମାଛଙ୍କ ଖେଳ

ମନ ମାନୁ ନାହିଁ ଆରେ ଭାବଗ୍ରାହୀ

   କିଛି ତ ପାରୁନାହିଁ ଚିନ୍ତି ॥୧॥


କ୍ଷୀରକୁ ଆଣିଲି ପୂଜିବି ଭାବିଲି

   ଦେଖିଲି ଖାଇଛି ବାଛୁରୀ

ଭାବିଲି ମନରେ  ଧୋଇବି ଲୁହରେ

   ପାଦକୁ କାଳିଆ ତୋହରି

 ପାଉନାହିଁ ମୁହିଁ  ଶୁଦ୍ଧ କିଛି ଏଠି

  ଏକି ମୋ ମନର ବିକୃତି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍