STORYMIRROR

Mahesweta Panigrahi

Others

3  

Mahesweta Panigrahi

Others

ପୂଜିବି ଏ ମନ ଦେଇ

ପୂଜିବି ଏ ମନ ଦେଇ

1 min
131

ମୁଁ ବୋଲି ଯେଉଁ ପଦ

ଲାଗିଲାଣି ଅସଂଜତ

ପ୍ରଭୁ ହେ ନିଅ ଛଡ଼ାଇ,

ମୋର ବୋଲି ଯେଉଁ ସାର

ଯେତେ ମୋର ଅହଙ୍କାର

ନ ରହୁ ମୋର ବଡ଼ାଇ।


ଆଶା ସେ ଯେ ଅସୁମାରୀ

ସଂଯତ ନାହିଁ ଯେଉଁଠି

ମନ କୁ ନିଅ ମରାଇ,

ହିଂସା ଦ୍ୱେଷ ଯାହା ଅଛି

ନିଅ ତା'କୁ ମୂଳୁ ପୋଛି

ଧୂଳି ରେ ଦିଅ ଗଡ଼ାଇ।


ଗର୍ବ ବୋଲି ଯାହା ଅଛି

ଏ ମନ ରେ ଯାହା କିଛି

ମାଟି ରେ ଦିଅ ମିଶାଇ,

ବଡିମା ଓ ବଡପଣ

ଶବ୍ଦ ର କୁହୁକ ଜାଣ

ଏ ମନୁ ଦିଅ ଦୂରେଇ।


କରିବି ଆପଣା ପର

ଦିଅ ସେହି ଏକା ବର

ଶିଖାଅ ହାତ ଧରେଇ,

ଅଭିଳାଷ ତୁମ ପାଖେ

ତୁମଠି ସଂସାର ଦେଖେ

ଏତିକି ଦିଅ ଶିଖେଇ।


ଲୟ ରହୁ ତୁମ ପଦେ

ଭୟ ଯାଉ ଅପ୍ରମାଦେ

ଗର୍ବ ହେଉ ତୁମକୁ ନେଇ,

ତୁମେ ନୁହଁ ହେ ମୋହର

ଅଧମ ଅଟେ ତୁମର

ପୂଜିବି ଏ ମନ ଦେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍