STORYMIRROR

Santosh Mishra

Others

3  

Santosh Mishra

Others

ପୁତ୍ର ଗ୍ରହଣ

ପୁତ୍ର ଗ୍ରହଣ

1 min
373

କନ୍ୟା ଦାନ ବୋଲି କୁହନି ସମୂଧି

ପୁତ୍ର ଗ୍ରହଣ ହିଁ କୁହ,

କନ୍ୟା ବିବାହରେ ପୁଅଟେ ପାଉଛ

ଏତିକି ହିଁ ଭାବୁଥାଅ ।୧।


ସେ କାଳରେ କନ୍ୟା ନାବାଳିକା ଥିଲେ

କନ୍ୟା ଦାନ ହେଉଥିଲେ,

ନାବାଳିକାଙ୍କର ବିବାହ ଉଚ୍ଛେଦ

ସରକାର କରିଦେଲେ ।୨।


ପୁଅ ଝିଅ ବାହା କରିବାକୁ ଏବେ

ବାପାକୁ ଲାଗୁଛି ଭୟ,

ଆଜି ବାହାଘର କାଲି ଛାଡପତ୍ର

ଲୋକ ଲଜ୍ଜା ଖାଇ ରୁହ ।୩।


ବୋହୁ କହୁଅଛି ଶାଶୁ ଶଶୁରଙ୍କୁ

ଟାଣି ନେବ କଚେରୀକୁ,

ପୁଅ କରୁଅଛି ତା ଶଶୁର ସେବା

ପତ୍ନୀ ସୁଖ ପାଇବାକୁ ।୪।


ସାବାଳିକା କେବେ ଦାନରେ ଯାଏନି

କେବଳ ପୋଥିରେ ଲେଖା,

ଆପଣଙ୍କ ହସ୍ତେ ପୁତ୍ରକୁ ଦେଉଛି

ଆଗକୁ କହିବ ରେଖା ।୫।


ଶିକ୍ଷିତା ନାରୀଟେ ଆସୁଛି ଘରକୁ

ସେତ ବୁଝାବଣା ହୋଇ,

ଆସିଲେ ଘରକୁ ଲୁଣ ହୋଇ ସିଏ

ଦେବ ପୁରାପୁରି ଖାଇ ।୬।


ତେଣୁ ହେ ସମୂଧି କରେ ଅନୁରୋଧ

ପୁତ୍ରକୁ ଗ୍ରହଣ କର,

କନ୍ୟା ଦାନ ଭଳି ମହାନ ଶବ୍ଦକୁ

ମୂଳରୁ ଉଚ୍ଛେଦ କର ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍